ପେଟିଏମ୍ ମାଲିକ କେରଳକୁ ଦାନ କଲେ ୧୦ହଜାର ଟଙ୍କା , ସୋସିଆଲ ମିଡ଼ିଆରେ ହେଲେ ଟ୍ରୋଲ
ଏହା ପୂର୍ବରୁ ସେନାକୁ କରିଥିଲେ ୫୦୧ଟଙ୍କା ଦାନ
ଅନଲାଇନ୍ ପେମେଣ୍ଟ ପୋଟାଲ ପେଟିଏମ୍ କେରଳ ବନ୍ୟା ପୀଡ଼ିତାଙ୍କ ପାଇଁ “କେରଳ ବନ୍ୟା ଡ଼ୋନେସନ୍” ନାମରେ ଏକ କ୍ୟମ୍ପେନ୍ ଆରମ୍ଭ କରାଯାଇଛି। ଯାହା ଦ୍ବାରା ସାଧାରଣ ଲୋକ କ୍ଷମତା ଅନୁଯାୟୀ କେରଳ ପୀଡ଼ିତାଙ୍କୁ ଟଙ୍କା ଦାନ କରିପାରିବେ। ଆବଶ୍ୟକତା ଲୋକଙ୍କ ପାଇଁ ଆରମ୍ଭ କରିଥିବା ଏତେ ଭଲ କ୍ୟାମ୍ପନ୍ ପରେ ମଧ୍ୟ ପେଟିଏମର ସିଇଓ ବିଜୟ ଶେଖର ଶର୍ମା ଖୋଦ ଦାନ କରିଛନ୍ତି ୧୦ହଜାର ଟଙ୍କା। ଯାହା ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ବହୁ ସଂଖ୍ୟାରେ ଟ୍ରୋଲ କରାଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୧୦ ହଜାର ଟଙ୍କା ଦାନ କରିଥିଲେ ବିଜୟ ଶେଖର ଶର୍ମା। ଯାହାର ସ୍କ୍ରିନସଟ୍ ନେଇ ୟୁଜର୍ସ ଇଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଲୋକଙ୍କ କହିବା ମୁତାବକ ଯେଉଁ ପ୍ଲାଟଫର୍ମରେ ଦେଶରୁ କେରଳ ବନ୍ୟା ପୀଡ଼ିତାଙ୍କ ପାଇଁ ସହାୟତା ରାଶି ଏକାଠି କରାଯାଉଛି ତାହର ହିଁ ମାଲିକ ମାତ୍ର ୧୦ହଜାର ଟଙ୍କା ଦାନ କରୁଛନ୍ତି।
ଆଗକୁ ପଢ଼ନ୍ତୁ :ଦୁଇ ବର୍ଷ ହେବ ବ୍ୟାଙ୍କ୍ ଖାତାରେ ଟ୍ରାଞ୍ଜାକ୍ସନ୍ କରିନାହାଁନ୍ତି ? ତେବେ ହୋଇଯାଆନ୍ତୁ ସାବଧାନ
କେରଳରେ ବିଗତ ୧୨ ଦିନ ହେବ ଲଗାତାର ବର୍ଷା ପାଇଁ ସଂପୂର୍ଣ୍ଣ ରାଜ୍ୟର ସ୍ଥିତି ବହୁତ ଖରାପ ରହିଛି। ଏଥି କାରଣରୁ ପାଖାପାଖି ୪୦୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୭.୫ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି। ଏଥିସହ କେରଳରେ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ୫୦୦କୋଟି ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି। ଏହାଛଡ଼ା ବିଭିନ୍ନ ରାଜ୍ୟ ମଧ୍ୟ କେରଳ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଅନେକ ସାଧାରଣ ଲୋକ ମଧ୍ୟ ନିଜ ସମ୍ବଳ ହିସାବରେ ସାହାଯ୍ୟ ପ୍ରଦାନ କରୁଛନ୍ତି।
ପେଟିଏମ୍ ମାଲିକଙ୍କ ଏହି ଅନୁଦାନ ପରେ ତାଙ୍କୁ ବହୁ ସଂଖ୍ୟାରେ ଟ୍ରୋଲର ସାମ୍ନା ହେବାକୁ ପଡ଼ିଛି। ଏପରିକି ତାଙ୍କୁ ଜଣେ ୮ବର୍ଷର ନାବାଳିକା ଅନୁପ୍ରିୟା ସହ ତୁଳନା କରାଯାଇଛି। କାରଣ ୮ବର୍ଷର ଅନୁପ୍ରିୟା ନିଜର ପକେଟମନିରୁ ସଞ୍ଚିତ ୯ହଜାର ଟଙ୍କା କେରଳ ପୀଡ଼ିତାଙ୍କୁ ଦାନ କରିଛନ୍ତି। କିନ୍ତୁ ଅରବପତି ବିଜୟ ଶେଖର ମାତ୍ର ୧୦ ହଜାର ଟଙ୍କା ଦାନ ଦେଇଛନ୍ତି ।
ଏହା ପ୍ରଥମ ଥର ନୁହଁ ଏହା ପୂର୍ବରୁ ମଧ୍ୟ ଶେଖର ଡ଼ିସେମ୍ବର ୨୦୧୭ ମସିହାରେ “ସଶସ୍ତ୍ର ସେନା ଝଣ୍ଡା” ଦିବସରେ ମାତ୍ର ୫୦୧ଟଙ୍କା ଦାନ କରିଥିଲେ। ଯାହା ପାଇଁ ତାଙ୍କୁ ଅନେକ ଲୋକଲଜ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା।
ପେଟିଏମ୍ କେରଳ ବନ୍ୟା ଡ଼ୋନେସନ୍ କେବଳ ମାତ୍ର ୪ଦିନ ମଧ୍ୟରେ ୩୦କୋଟି ଟଙ୍କା ଆଦାୟ କରିଛି। ଏହା ବିଷୟରେ କମ୍ପାନୀ ଖୋଦ୍ ମିଡ଼ିଆକୁ ସୁଚନା ଦେଇଛନ୍ତି। କମ୍ପାନୀ ମୁତାବକ ୧୨ଲକ୍ଷ ଗ୍ରାହକ ବନ୍ୟା ପୀଡ଼ିତାଙ୍କୁ ୩୦ କୋଟି ଟଙ୍କାରୁ ଅଧିକ ଦାନ କରିଛନ୍ତି।