‘ହେଲିନା’ର ସଫଳ ପରୀକ୍ଷଣ : ଶତ୍ରୁ ଟ୍ୟାଙ୍କକୁ ଖୋଜି ଖୋଜି ଧ୍ବଂସ କରିବ

-ଲକ୍ଷ୍ୟଭେଦ କ୍ଷମତା ୫ରୁ ୮ କିଲୋମିଟର

-ଇମେଜ୍ ଦେଖି ଶତ୍ରୁପକ୍ଷ ଟ୍ୟାଙ୍କକୁ ଧ୍ବଂସ କରି ପାରିବ

-ଓଜନ ମାତ୍ର ୪୨ କିଲୋଗ୍ରାମ୍

-ପ୍ରତି ସେକେଣ୍ଡକୁ ଗତି ୨୩୦ ମିଟର

ଯୋଧପୁର : ରାଜସ୍ଥାନ ପୋଖରନରେ ଆଣ୍ଟିଟେକ୍ ମିସାଇଲ ‘ହେଲିନା’ର ସଫଳ ପରୀକ୍ଷଣ ହୋଇଛି । ରବିବାର ଦିନ ଏହି କ୍ଷେପଣାସ୍ତ୍ର ଏକ ଯୁଦ୍ଧ ହେଲିକପ୍ଟରରୁ ପରୀକ୍ଷା କରାଯାଇଥିଲା । ୫ରୁ ୮ କିଲୋମିଟର ପର୍ଯନ୍ତ ଏହି ମିସାଇଲ ଲକ୍ଷ୍ୟଭେଦ କରି ପାରିବା । ‘ହେଲିନା’ର ସଠିକ୍ ଲକ୍ଷ୍ୟଭେଦ ସାମର୍ଥ୍ୟ ଯୋଗୁଁ ଏହାକୁ ‘ଫାୟାର ଆଣ୍ଡ ଫର୍ଗେଟ୍’ର ମାନ୍ୟତା ମିଳିଛି । ଏହା ରାତିରେ ବି ଶତ୍ରୁପକ୍ଷକୁ ଟାର୍ଗେଟ କରି ପାରିବ । ଏହି ମିସାଇଲକୁ ଚଳିତ ବର୍ଷ ଶେଷ ସୁଦ୍ଧା ସେନା ବାହିନୀରେ ସାମିଲ କରାଯିବାର ଯୋଜନା ରହିଛି । ଏହି ମିସାଇଲ ଇମେଜ୍ ଜରିଆରେ ଶତ୍ରୁପକ୍ଷ ଟ୍ୟାଙ୍କର ପିଛା କରି ତାକୁ ଧ୍ବଂସ କରିଥାଏ । ଏହାର ଓଜନ ମାତ୍ର ୪୨ କିଲୋଗ୍ରାମ । ହାଲକା ହୋଇଥିବାରୁ ଏହାକୁ ନେବା ଆଣିବା କରିବା ସୁବିଧାଜନକ । ଏହି ମିସାଇଲ ନିଜ ସହ ୮ କିଲୋ ଓଜନର ବିସ୍ଫୋରକ ମଧ ନେବାର କ୍ଷମତା ରଖିଛି । ଏହାର ସେକେଣ୍ଡ ପ୍ରତି ଗତି ୨୩୦ ମିଟର । ଏହି ମିସାଇଲକୁ ବିକଶିତ କରିବା ବାବଦରେ ୩୫୦ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି ।

HELINA-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.