Honda ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ ହେଲା BS6 ବାଇକ୍। ଏହାର ନାମ Honda CB Shine SP 125 । ହୋଣ୍ଡା ଏହାକୁ ଦୁଇଟି ଭାରିଏଣ୍ଟରେ ଲଞ୍ଚ କରିଛି।
ଗୋଟେ ଭାରିଏଣ୍ଟରେ ଫ୍ରଣ୍ଟ ଏବଂ ରେୟାର ଡ୍ରମ ବ୍ରେକ୍ ରହିଥିବା ବେଳେ ସିବିଏସ୍ ବ୍ରେକିଂ ସିଷ୍ଟମ ରହିଛି। ଏହାର ମୂଲ୍ୟ ରହିଛି ୭୨,୯୦୦ ଟଙ୍କା। ଏହା CB Shine ବାଇକ୍ ଠାରୁ ୧୦ ଗୁଣା ମାଇଲେଜ ଅଧିକ ଦେବ। ଭାରତରେ ଆସନ୍ତାବର୍ଷ ଏପ୍ରିଲ ମାସରୁ BS6 ଇମିସନ ନର୍ମସ ଲାଗୁ ହେବ। ଏହା ପୂର୍ବରୁ ହୋଣ୍ଡା ତାର ନୂଆ ବାଇକ୍ ଲଞ୍ଚ କରିଛି। ପୂର୍ବରୁ ହୋଣ୍ଡା BS6 ସ୍କୁଟି ଆକ୍ଟିଭା-୧୨୫ ଲଞ୍ଚ କରିଥିଲା। ଏହି ନୂଆ ସ୍କୁଟି ପୁରୁଣା ସ୍କୁଟି ତୁଳନାରେ ୧୫ ପ୍ରତିଶତ ଅଧିକ ମାଇଲେଜ ଦେଖଉଛି।
ସୂଚନା ଅନୁଯାୟୀ, ଏହି ବାଇକକୁ ଦୁଇ ସପ୍ତାହ ପରେ ଡେଲିଭରୀ କରାଯିବ। ନୂଆ ସାଇନରେ ଆପଣଙ୍କୁLED ହେଡଲାଇଡ ସହିତ ଅନେକ ଫିଚର୍ସ ମିଳିବ। ଏହି ବାଇକ୍ ଆପଣଙ୍କର ୧୬ ପ୍ରତିଶତ ଅତିରିକ୍ତ ଇନ୍ଧନ ବଞ୍ଚାଇବ। ଅର୍ଥାତ ୧୬ ପ୍ରତିଶତ ଅଧିକ ମାଇଲେଜ ଏହି ଗାଡି ଦେଖାଇବ। Honda CB Shine SP 125 ସିସି ସିଙ୍ଗଲ ସିଲେଣ୍ଡର, ଏୟାର କୁଲ୍ଡ ଇଞ୍ଜନ ଦିଆଯାଇଛି। ଯାହା ୭୫୦୦ ଆରିପିଏମ୍ ଏବଂ ୧୦.୭bhp ପାଓ୍ଵାର ରହିଛି। ଏହା ପୁରୁଣା ମଡେଲ ତୁଳନାରେ ଅଧିକ ପାଓ୍ଵାରଫୁଲ।