ଭିକ୍କୀ କୌଶଲ ପିନ୍ଧିଲେ ୨୨ ଲକ୍ଷର ଘଣ୍ଟା, ଜାଣନ୍ତୁ କଣ କହିଲେ ଫ୍ୟାନ୍ସ

ବଲିଉଡ୍‌ ଆକ୍ଟର ଭିକ୍କୀ କୌଶଲଙ୍କ କ୍ୟାରିୟର ଗ୍ରାଫ୍‌ ଯେପରି ଉପରକୁ ଯାଇଛି ଯାହା ନ୍ୟୁ କମର୍‌ମାନଙ୍କ ପାଇଁ ଉଦାହରଣ ହୋଇପାରିଛି। ଯଦି ଆପଣଙ୍କ ଭିତରେ ହୁନର୍‌ କିମ୍ବା ସଫଳ ହେବାର ଜିଦ୍‌ ରହିଛି ତେବେ ଏସବୁ ଅସମ୍ଭବ ନୁହେଁ। ଉରୀ, ସଂଜୁ ଏବଂ ରାଜୀ ଭଳି ଫିଲ୍ମରେ କମାଲ୍‌ ଅଭିନୟ କରିସାରିଥିବା ଭିକ୍କୀ କୌଶଲ ଷ୍ଟାଟସ୍‌ ସହ ନିଜା ଲାଇଫ୍‌ ଷ୍ଟାଇଲ୍‌ରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି।

vicky1କିଛି ଦିନ ତଳେ ଭିକ୍କୀ କୌଶଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଭିକ୍କୀ ଏକ ସୁନ୍ଦର ଘଣ୍ଟା ପିନ୍ଧିଥିବାର ନଜର ଆସିଛନ୍ତି। ଏଥିସହ ବ୍ଲାକ ଜ୍ୟାକେଟ୍‌ ଏବଂ ସୁନ୍ଦର କୋଟ୍‌ ରେ ଭିକ୍କୀ କାଫି ଡ୍ରେସିଂ ଲାଗୁଛନ୍ତି। କିନ୍ତୁ ଆପଣ ଅନ୍ଦାଜ୍‌ ଲଗାଇପାରିବେ କି ଭିକ୍କୀ ଯେଉଁ ଘଣ୍ଟା ପିନ୍ଧିଛନ୍ତି ତାହାର ଦାମ୍‌ କେତେ? ନାହିଁ ନା । କିନ୍ତୁ ଆମେ ଆପଣଙ୍କୁ କହୁଛୁ ଲେଦର ବେଲ୍ଟ ଏବଂ ରୋଜ୍‌ ଗୋଲ୍ଡ ଭଳି ଦେଖାଯାଉଥିବା ଘଣ୍ଟାର ଦାମ୍‌ ପାଖାପାଖି ୨୨ ଲକ୍ଷ ୮୦ ହଜାର। ଅର୍ଥା ଏହି ଘଣ୍ଟାର ଦାମ୍‌ ରେ ଏକ SUV କାର୍‌ କିଣାଯାଇପାରିବ। ଏହାବ୍ୟତୀତ ଭିକ୍କୀ ସର୍ବଦା ସୋସିଆଲ ମିଡିଆରେ ଯୋଡି ହୋଇ ରହିଥାନ୍ତି। କାରଣ ସେ ନିଜର ରିୟଲ୍‌ ଲାଇଫ୍‌ ଏବଂ ରିଲ୍‌ ଲାଇଫ୍‌ ବିଷୟରେ ସର୍ବଦା ସୋସିଆଲ୍‌ ମିଡିଆରେ ଅପଡେଟ୍‌ କରିଥାନ୍ତି।

ଏହାସହ ପଢନ୍ତୁ: ୩ଟି ଅଣ୍ଡା ପାଇଁ ମ୍ୟୁଜିକ୍‌ ଡାଇରେକ୍ଟର ଶେଖର ଦେଲେ ୧୬୭୨ ଟଙ୍କା, ଭାଇରାଲ ହେଲା ବିଲ୍‌

https://www.instagram.com/p/B4g-gvrJUIx/?utm_source=ig_web_copy_link

ଜାଣନ୍ତୁ ଭିକ୍କୀ କୌଶଲଙ୍କ ଆସୁଥିବା ଫିଲ୍ମ ସମ୍ପର୍କରେ:

ଭିକ୍କୀ କୌଶଲଙ୍କ ପୂର୍ବ ଫିଲ୍ମ ଉରୀ, ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଥିଲା। ଏହାପରେ ଫ୍ୟାନ୍ସମାନେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଅପେକ୍ଷା କରି ରହିଛନ୍ତି। ଭିକ୍କୀଙ୍କର ଅନେକ ଫିଲ୍ମ ମଧ୍ୟ ରିଲିଜ୍‌ ହୋଇସାରିଛି ଯେଉଁଥିରେ ଭୁତ୍‌, ସରଦାର ଉଦ୍ଦମ ସିଂହ ଏବଂ ସୈମ ମାନେକସାଂଙ୍କ ବାୟୋପିକ୍‌ ମଧ୍ୟ ସାମିଲ ହୋଇଛି। ଏହାମଧ୍ୟରେ ସେ ଅରଜିତ୍‌ ସିଂଙ୍କ ସିଙ୍ଗଲ୍‌ ସଂଗ ‘ପଛତାଓଗେ’ ରେ ନଜର ଆସିଥିଲେ, ଯାହା ଖୁବ୍‌ ଭାଇରାଲ୍‌ ହୋଇଥିଲା। ଏହି ଗୀତରେ ଫ୍ୟାନ୍ସମାନେ ଢେର୍‌ ସାରା ଟିକ୍‌ ଟକ୍‌ ଭିଡିଓ କରିବା ସହ ଡ୍ୟାନ୍ସ ଭିଡିଓ ମଧ୍ୟ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.