ଅନୁ ମାଲିକଙ୍କ ବୟାନ ଉପରେ ଏଭଳି ପ୍ରତିକ୍ରିୟା ରଖିଲେ ଗାୟିକା ସୋନା ମହାପାତ୍ର

କିଛି ଦିନ ହେବ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ #Me too ଅଭିଯୋଗକୁ ନେଇ ଚର୍ଚ୍ଚାର ପରିସରରେ ଅଛନ୍ତି । କିନ୍ତୁ ନିକଟରେ ଅନୁ ନିଜ ବିରୋଧରେ ଲାଗି ଥିବା ଏହି ଅଭିଯୋଗର ଜବାବ ଏକ ଖୋଲା ଚିଠି ବା ଓପନ ଲେଟର ମାଧ୍ୟମରେ ଦେଇଛନ୍ତି । ଚିଠି ଜରିଆରେ ସେ ଏହି ଆରୋପ ଗୁଡିକୁ ସମ୍ପୂର୍ଣ୍ଣ ମିଥ୍ୟା ତଥା ଭିତ୍ତିହୀନ ବୋଲି ଦର୍ଶେଇଛନ୍ତି । ଏହାର ଉପରେ ଗାୟିକା ସୋନା ମହାପାତ୍ର ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋନା ଅନୁଙ୍କ ଏହି ବୟାନରେ ଜମା ଖୁସି ନ ଥିବା ଜଣା ଯାଇଛି । ସୂଚନା ଦେବା ଯୋଗ୍ୟକି ଗତ ବର୍ଷ ତଥା ୨୦୧୮ ମସିହାରେ ଗାୟିକା ସୋନା ମହାପାତ୍ର, ନେହା ବାସିମ ଓ ଇଣ୍ଡିଆନ ଆଇଡଲ ସୋର ପୂର୍ବ ପ୍ରଡୁସର ଡାନିକା ଡ଼ିଶୂଯାଙ୍କ ସମେତ ଅନ୍ୟ ମହିଳା ମାନେ ଅନୁଙ୍କ ନାଁରେ ଯୌନ ଶୋଷଣ ପରି ଆରୋପ #Me too ଜରିଆରେ ଲଗାଇଥିଲେ ।

sona

ନିଜ ଚିଠିରେ ଅନୁ ଲେଖିଛନ୍ତି ଯେ ତାଙ୍କ ବିରୋଧରେ ବାରମ୍ବାର ହେଉଥିବା ଏହି ପରି ଅଭିଯୋଗରେ ସେ ଖୁବ ବ୍ୟସ୍ତ ହୋଇଗଲେଣି । ଯଦି ଏମିତି ଆଗକୁ ଚାଲୁ ରହେ ତେବେ ଏହା ବିରୋଧରେ ସେ ନିଶ୍ଚିତ ରୂପେ କୋର୍ଟ ଯିବାକୁ ମଧ୍ୟ ପଛାଇବେ ନାହିଁ । ଆଗରୁ ହିଁ ସୋନା ମହାପାତ୍ର, ଇଣ୍ଡିଆନ ଆଇଡଲ ସୋ ରେ ଅନୁ ମାଲିକଙ୍କ ପୁଣି ଥରେ ଜଜ ହେବାକୁ ନେଇ ବିରୋଧ କରି ଆସୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସୋନା ମଧ୍ୟ ଅନୁଙ୍କ ବିରୋଧରେ ୮ ପଏଣ୍ଟ ବିଶିଷ୍ଟ ଏକ ଓପନ ଲେଟର ଲେଖି ସର୍ବ ସମ୍ମୁଖରେ ପ୍ରକାଶ କରିଛନ୍ତି । କିନ୍ତୁ ଅନୁ ନିଜ ଚିଠିରେ କାହାର ନାଁ ଉଲ୍ଲେଖ କରିନଥିବା ବେଳେ ସୋନା କିନ୍ତୁ ଖୋଲା ଖୋଲି ଭାବେ ଅନୁ ମାଲିକଙ୍କ ନାଁକୁ ଦର୍ଶାଇଥିଲେ ।

ଏହା ସହ ପଢନ୍ତୁ: ଭିକ୍କୀ କୌଶଲ ପିନ୍ଧିଲେ ୨୨ ଲକ୍ଷର ଘଣ୍ଟା, ଜାଣନ୍ତୁ କଣ କହିଲେ ଫ୍ୟାନ୍ସ

ଏହା ଜବାବରେ ଅନୁ କହିଛନ୍ତିକି ଯେତେବେଳେ ସେ ଟିଭି ଦୁନିଆକୁ ପୁଣି ଥରେ ଆସିବାକୁ ଚେଷ୍ଟା କରିଛନ୍ତି ସେହି ସମୟରେ ହିଁ ସମସ୍ତେ ତାଙ୍କ ବିରୋଧରେ ବିଦ୍ରୋହ କରିବା ଆରମ୍ଭ କରିଛନ୍ତି । ତାଙ୍କ ଲେଉଟାଣିରେ କେହି ଖୁସି ନ ଥିବା କଥା ଅନୁ ନିଜ ଚିଠିରେ ଦର୍ଶାଇଥିଲେ । ଜବାବରେ ସୋନା ଲେଖିଛନ୍ତିକି ଏଭଳି ଏକ ଚରିତ୍ରର ଟିଭିରେ ରହିବାର କୌଣସି ଅଧିକାର ନାହିଁ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.