ପ୍ରଥମ ଫିଲ୍ମରୁ ପ୍ରଶଂସା ସାଉଁଟୁଛନ୍ତି ସୁହାନା, ଶର୍ଟ ଫିଲ୍ମରୁ ବଲିଉଡ ଏଣ୍ଟ୍ରି

ବଲିଉଡରେ ଅନେକ ଷ୍ଟାରକିଡ ଏଣ୍ଟ୍ରି କରିବାକୁ ଯୋଜନା ରଖିଥିବା ବେଳେ କିଙ୍ଗଖାନଙ୍କ ଝିଅ ସୁହାନା ବଲିଉଡ ଏଣ୍ଟ୍ରି କରିସାରିଛନ୍ତି। ତାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଇତିମଧ୍ୟରେ ରିଲିଜ ହୋଇଯାଇଛି। ୧୦ମିନିଟର ଏହି ଫିଲ୍ମରେ ସୁହାନା ଅଭିନୟ ବେଶ ଦମ୍‌ଦାର ହୋଇଛି। ଫିଲ୍ମଟି ରିଲିଜ ହେବାର କିଛି ସମୟରେ ଧମାଲ ମଚାଇଛି। ୟୁଟୁବ୍ୟରେ ଏପର୍ଯ୍ୟନ୍ତ ଏହି ଫିଲ୍ମକୁ ଲକ୍ଷଲକ୍ଷ ଲୋକ ଦେଖିସାରିଛନ୍ତି। ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି। ଆଗକୁ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ଟକ୍କର ଦେବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତ ଦେଇଛନ୍ତି। ଇଂଲିଶ ଭାଷାରେ ରିଲିଜ ହୋଇଥିବା ଏହି ଶର୍ଟ ଫିଲ୍ମକୁ ଥିୟୋଡର ଗିମେନୋ ନିର୍ଦ୍ଦେଶନା ଦେଇଛନ୍ତି।

suhan khan

ଏହାସହ ପଢ଼ନ୍ତୁ; ଛୋଟ ବେଳୁ ମଧ୍ୟ ନିଜ ଡ୍ୟାନ୍ସ ଷ୍ଟାଇଲରେ ଦିଓ୍ଵାନା କରୁଥିଲେ ହ୍ରିତିକ, ଦେଖନ୍ତୁ ଭିଡିଓ

ସ୍କୁଲରେ ପଢୁଥିବାବେଳେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରି ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି ସୁହାନା। ଲଣ୍ଡନରେ ପଢା ଶେଷ କରିବା ପରେ ସେ ଏବେ ନ୍ୟୁୟର୍କରେ ଆକ୍ଟିଂ କୋର୍ସ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.