ବିଜେଡିର ଶୃଙ୍ଖଳାକୁ ମୋଦିଙ୍କ ପ୍ରଶଂସା, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବିଜେପିର ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ସ୍ମିତାରାଣୀ ପ୍ରସଙ୍ଗରେ ବିଜେପି ବିଧାୟକଙ୍କ ହୋହଲ୍ଲା। ୧୫ତାରିଖରେ ବିଜେପି ବିଧାୟକମାନେ ମୁହଁରେ କଳାପଟି ବାନ୍ଧି ଗୃହକୁ ଆସିଥିଲେ। ବାଚସ୍ପତିଙ୍କ ଅନୁରୋଧ ପରେ ବି କଳାପଟି ନଖୋଲି କେବଳ ନୀରବରେ ବସିରହିଥିଲେ। କୌଣସି ଆଲୋଚନାରେ ଭାଗ ନେଇନଥିଲେ। ୧୬ତାରିଖରେ ବିଜେପି ସଭ୍ୟମାନେ ଗୃହକୁ ଆସିଥିଲେ ମଧ୍ୟ ସେମାନଙ୍କୁ ଗୃହରେ କହିବାକୁ ସୁଯୋଗ ଦିଆଯାଉନଥିବା ନେଇ ଗାନ୍ଧିମୂର୍ତ୍ତି ତଳେ ଦିନତମାମ ଧାରଣା ଦେଇଥିଲେ।

ଗତକାଲି ମଧ୍ୟ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବା ସହ ପରେ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ସରକାର ଓ ବାଚସ୍ପତିଙ୍କ ବିରୋଧରେ ଫେରାଦ ହୋଇଥିଲେ। ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ବିଜେପି ଆଦୌ ସହଯୋଗ କରୁନଥିବା ବେଳେ ରାଜ୍ୟସଭାର ୨୫୦ତମ ଅଧିବେଶନରେ ବିଜେଡିର ଶୃଙ୍ଖଳାଜ୍ଞାନକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଜେଡି ସାଂସଦମାନେ କଦାପି ଗୃହର ମଧ୍ୟଭାଗକୁ ଚାଲିଆସି ଗୃହରେ ଅଚଳାବସ୍ଥା ସୃଷ୍ଟି କରିନଥିବା ନେଇ ପ୍ରଶଂସା କରିଛନ୍ତି। ବିଜେଡିକୁ ମୋଦିଙ୍କ ପ୍ରଶଂସା ପରେ ଏବେ ବିଜେପି ବିଧାୟକମାନେ ଗୃହରେ କିଭଳି ଆଚରଣ ଦେଖାଇବେ ତା ଉପରେ ରହିଛି ସମସ୍ତଙ୍କ ନଜର।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.