Below header

ଦେଶର ସର୍ବ ବୃହତ୍ତ ଲୁଣା ହ୍ରଦ ରାଜସ୍ଥାନର ସମ୍ଭରରେ ୧୭ ହଜାରରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ

ରାଜସ୍ଥାନ: ଦେଶର ସର୍ବ ବୃହତ୍ତ ଲୁଣା ହ୍ରଦରେ ପକ୍ଷୀ ମଡ଼କ। ରାଜସ୍ଥାନ ସମ୍ଭର ହ୍ରଦରେ ୧୭ ହଜାରରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ। ଏଥିରେ ବହୁ ସଂଖ୍ୟାରେ ବିଦେଶାଗତ ପକ୍ଷୀ ଅଛନ୍ତି। ବୋଟୁଲିଜିମ୍ ଯୋଗୁଁ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଏହି ରୋଗରେ ପକ୍ଷୀ ଅସୁସ୍ଥ ହୋଇ ପଡନ୍ତି ଓ ତାଙ୍କର ନର୍ଭସ ଏହା ଦ୍ୱାରା ପ୍ରଭାବିତ ହୁଏ।

ଜୟପୁର, ନଗୁର ଓ ଆଜମେର ଜିଲ୍ଲାରେ ଏପରି ପକ୍ଷୀ ମୃତ୍ୟୁ ଖବର ଆସୁଛି। କେବଳ ଜୟପୁରରେ ସାଢ଼େ ଆଠ ହଜାର ପକ୍ଷୀଙ୍କ ମୃତ୍ୟୁ ହୋଇଛି। ଗତ ୧୦ ତାରିଖରେ ପକ୍ଷୀ ମଡ଼କ ନଜରକୁ ଆସିଥିଲା। ହଜାର ହଜାର ପକ୍ଷୀଙ୍କ ମୃତ ଦେହ ହ୍ରଦ କୂଳରେ ପଡ଼ିରହିଥିଲା। ସେତେବେଳେ ଜଣା ପଡିନଥିଲା ମୃତ୍ୟୁର କାରଣ।

ଏଭିଆନ ଫ୍ଲୁ କିମ୍ବା କୌଣସି ସଂକ୍ରମଣ ଯୋଗୁ ଏଭଳି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିଲା। ପକ୍ଷୀଙ୍କ ମର ଶରୀର ଓ ପାଣିର ନମୂନା ସଂଗ୍ରହ କରି ଭୋପାଳ ପଠାଯାଇଥିଲା । ସେଠାରେ ପରୀକ୍ଷା ପରେ ସ୍ପଷ୍ଟ ହେଲା ପକ୍ଷୀ ମୃତ୍ୟୁର କାରଣ। କୌଣସି ଫ୍ଲୁ ନୁହଁ, ବୋଟୁଲିଜିମ୍ ଯୋଗୁଁ ପକ୍ଷୀଙ୍କ ମୃତ୍ୟୁ ହୋଇଥିଲା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.