ସାମାନ୍ୟ ଗାଡ଼ି ଦୁର୍ଘଟଣାରୁ ଗଣ୍ଡଗୋଳ, ସ୍କୁଟିଚାଳକଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

ଛୋଟ ଛୋଟ ଘଟଣା ରାଗ ଯୋଗୁ ବେଳେବେଳେ ଏତେ ଉଗ୍ରରୂପ ଧାରଣ କରେ ଯେ ଏଥିପାଇଁ ଅନ୍ୟର ଜୀବନ ମୃତ୍ୟୁମୁଖକୁ ଟାଣି ହୋଇଯାଏ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ। ଦିଲ୍ଲୀର ଗୌତମପୁରୀ ମନ୍ଦିର ସାମ୍ନାରେ ସାମାନ୍ୟ ଗାଡି ଦୁର୍ଘଟଣାକୁ କେନ୍ଦ୍ର କରି ଜଣଙ୍କୁ ଛୁରୀମାଡ଼ ହୋଇଛି। ସିସିଟିଭି ଫୁଟେଜରେ ଘଟଣାର ସମସ୍ତ ଦୃଶ୍ୟ କଏଦ ହୋଇଛି। ଏହି ଘଟଣା ନଭେମ୍ବର ୧୬ତାରିଖ ରାତି ୯ଟାର ବୋଲି ଜଣାଯାଇଛି। ମୁକେଶ ସିଂହ ସେନଗର ନାମକ ଜଣେ ୟୁଜର ଭିଡ଼ିଓଟିକୁ ସେୟାର କରିଛନ୍ତି।

ଦେଖନ୍ତୁ ଭିଡିଓ:

ରିପୋର୍ଟ ମୁତାବକ, ଉତ୍ତର ପୂର୍ବ ଦିଲ୍ଲୀର ଗୌତମପୁରୀରେ ଥିବା ଏକ ସିସିଟିଭି କ୍ୟାମେରାରେ ଏକ ବାଇକ ସହ ସ୍କୁଟି ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି। ୩ଜଣ ଯୁବକ ବାଇକରେ ଆସୁଥିବା ବେଳେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ। ଏ ନେଇ ସ୍କୁଟି ଚାଳକ ଓ ବାଇକ ଆରୋହୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ବାଇକରେ ଥିବା ଯୁବକଙ୍କ ମଧ୍ୟରୁ ଜଣେ ହଠାତ ସ୍କୁଟି ଚାଳକଙ୍କୁ ଛୁରୀ ଭୁଷି ଦେଇଥିଲା। ଆହତ ସ୍କୁଟି ଚାଳକଙ୍କ ନାଁ ଅମିତ ଜନ ବୋଲି ଜଣାଯାଇଛି।

ଏହାସହ ପଢ଼ନ୍ତୁ: ମାତ୍ର ୯ ବର୍ଷ ବୟସରେ ଇଂଜିନିୟରିଂ ଡିଗ୍ରୀ ହାସଲ କରିବେ ଏହି ବିସ୍ମୟ ବାଳିକା

ଅମିତ ସ୍କୁଟି ଛାଡି ଘଟଣାସ୍ଥଳରୁ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଛନ୍ତି। ଗୁରୁତର ଅବସ୍ଥାରେ ଅମିତ ଶାସ୍ତ୍ରୀ ପାର୍କ ଜଗପ୍ରବେଶ ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଅବସ୍ଥା ଅଧିକ ଗମ୍ଭୀର ହୋଇପଡିବାରୁ ଡାକ୍ତର ତାଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।

Leave A Reply

Your email address will not be published.