ଫିଲ୍ମ ‘ବାଲା’ର ସକସେସ୍ ପାର୍ଟିରେ ଧମାକେଦାର ଡ୍ୟାନ୍ସ କରି ଷ୍ଟେଜ୍ ଫଟାଇଲେ ଆୟୁଷ୍ମାନ ଖୁରାନା ଏବଂ ରାଜକୁମାର ରାଓ, ଦେଖନ୍ତୁ ଭିଡିଓ
ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବାଲା ବକ୍ସ ଅଫିସରେ ଏବେ ଧମାଲ ମଚାଉଛି। ୧୦୦ କୋଟିର ବିଜନେସ୍ କରିସାରିଲାଣି ଫିଲ୍ମ ବାଲା। ଫିଲ୍ମଟି ସୁପର ଡୁପର ହିଟ୍ ହେବା ପରେ ଏହାକୁ ନେଇ ଏକ ସକସେସ୍ ପାର୍ଟି ରଖାଯାଇଥିଲା। ଯେଉଁଠି ଅଭିନେତା ରାଜକୁମାର ରାଓ ମଧ୍ୟ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଆୟୁଷ୍ମାନ ଏବଂ ରାଜକୁମାରଙ୍କର ଧମାକେଦାର ଡ୍ୟାନ୍ସ ଦେଖିବାକୁ ମିଳିଛି।
View this post on Instagram
100 per cent certified terminators of the box office #AyushmanKhurana #rajkummarrao 🔥🔥🔥🔥🔥
ଆୟୁଷ୍ମାନ ଏବଂ ରାଜକୁମାର ‘ବରେଲୀ କି ବର୍ଫୀ’ ଭଳି ହିଟ୍ ଫିଲ୍ମରେ ସାଥିରେ କାମ କରିପାରନ୍ତି। ଏହି ଦୁହିଁଙ୍କା ଡ୍ୟାନ୍ସ ଏବେ ଖୁବ୍ ଧମାଲ ମଚାଉଛି। ଲୋକମାନେ ଦୁହିଁ ଅଭିନେତାଙ୍କର ଏହି ଡ୍ୟାନ୍ସ ଭିଡିଓ ଦେଖି ଖୁବ୍ ପସନ୍ଦ କରୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବାଲା ସହିତ ଆୟୁଷ୍ମାନ ବ୍ୟାକ୍ ଟୁ ବ୍ୟାକ୍ ସାତଟି ଫିଲ୍ମ କରିଛନ୍ତି।