ନନ୍ଦନ କାନନରେ ବଞ୍ଚି ପାରିଲାନି ଆନାକୋଣ୍ଡା, ମାତ୍ର ୩୬ ଦିନରେ ବୁଜିଲା ଆଖି

ଭୁବନେଶ୍ବର(କେନ୍ୟୁଜ୍): ଚେନ୍ନାଇ ଚିଡ଼ିଆଖାନାରୁ ଆସିଥିବା  ବିରଳ ପ୍ରଜାତିର ଆନାକୋଣ୍ଡାର ମୃତ୍ୟୁ ହୋଇଛି।ଦୀର୍ଘ ତିନିବର୍ଷର କସରତ ପରେ ଶେଷରେ ୨୨ ତାରିଖରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଆଣିଥିଲେ କର୍ତ୍ତୃପକ୍ଷ । ମୃତ୍ୟୁ ବେଳକୁ ସାପଟିର ବୟସ ମାତ୍ର ୨ ବର୍ଷ ହୋଇଥିଲା। ଚେନ୍ନାଇ ଚିଡିଆଖାନାରୁ ଏହି ବିରଳ ପ୍ରଜାତିର ୮ଟି ଆନକୋଣ୍ଡାକୁ ଅକ୍ଟୋବର ନନ୍ଦନ କାନନକୁ ଅଣାଯାଇଥିଲା। ପ୍ରତି ଆନାକୋଣ୍ଡାର ଲମ୍ବ ୪ରୁ ୫ଫୁଟ ରହିଛି । ୪ ବର୍ଷ ମଧ୍ୟରେ ଆହୁରି ଲମ୍ବା ହୋଇ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ ବୋଲି କୁହାଯାଉଥିଲା । ହେଲେ ପ୍ରଥମରୁ ନନ୍ଦନ କାନନ କର୍ତ୍ତୃପକ୍ଷଙ୍କୁ ଝଟକା ଲାଗିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ସରୀସୃପ ଉଦ୍ୟାନ ପରିସରରେ ଏକ ଏନକ୍ଲୋଜର ନିର୍ମାଣ କରାଯାଇଛି ।

ଦୀର୍ଘ ୧୦ ଦିନ ଅବଜରଭେସନ ମଧ୍ୟରେ ରଖାଯିବା ପରେ ପର୍ଯ୍ୟଟକଙ୍କ ସମୁଖକୁ ଅଣାଯାଇଥିଲା । ସେଥିରୁ  ଆଜି ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି।  ସାପଟିର କେଉଁ  କାରଣରୁ ମୃତ୍ୟୁ ହେଇଛି  ତାହା ପୋଷ୍ଟମଟର୍ମ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ନନ୍ଦନକାନନ କର୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.