ନିଜ ବ୍ୟାଗ୍‌ ନିଜେ ଉଠାଇଲେ ସ୍ୱିଡେନ୍‌ର ରାଜା, ଦେଖନ୍ତୁ ଭାଇରାଲ ଫଟୋ

ସ୍ୱିଡେନ୍‌ର ରାଜା କାର୍ଲ ଷୋଡ଼ଶ ଗୁସ୍ତାଫ ଏବଂ ରାଣୀ ସିଲିଭିଆ ସୋମବାର ଭାରତ ଗସ୍ତରେ ଆସିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ଏହି ରାଜକୀୟ ଦମ୍ପତି ଏୟାର ଇଣ୍ଡିଆ ବିମାନରୁ ଅବତରଣ କରିଥିଲେ। ଉଭୟଙ୍କ ଫଟୋକୁ ଏୟାର ଇଣ୍ଡିଆ ନିଜ ଟ୍ଵିଟରରେ ସେୟାର କରିଛି। ତେବେ ଏହି ଫଟୋରେ ଏକ ଖାସ୍‌ କଥା ଦେଖିବାକୁ ମିଳିଛି। ଫଟୋରେ ରାଜା ନିଜ ବ୍ୟାଗ୍‌ ନିଜେ ଉଠାଉଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଏହି ରାଜକୀୟ ଦମ୍ପତିଙ୍କ ଫଟୋ ଖୁବ୍‌ ଭାଇରାଲ ହେଉଛି। ୟୁଜର ରାଜାରାଣୀଙ୍କୁ ପ୍ରଶଂସା କରୁଥିବା ନଜର ଆସିଛି।
ଏୟାର ଇଣ୍ଡିଆ ଟ୍ଵିଟର ହ୍ୟାଣ୍ଡେଲରେ ଫଟୋ ସେୟାର କରି ଲେଖିଛନ୍ତି ‘‘ସ୍ୱିଡେନ୍‌ର ରାଜା କାର୍ଲ ଷୋଡ଼ଶ ଗୁସ୍ତାଫ ଓ ରାଣୀ ସିଲିଭିଆ ଏଆଇ୧୬୮ରେ ଷ୍ଟକହୋମ୍‌ରୁ ଦିଲ୍ଲୀ ଯାତ୍ରା କରିଛନ୍ତି ’’।

ଫଟୋରେ ସ୍ୱିଡେନ୍‌ର ରାଜା ନିଜେ ନିଜ ବ୍ୟାଗ୍‌ ଉଠାଉଥିବା ଦେଖିବାକୁ ମିଳିଛି। ଏହାକୁ ଲୋକମାନେ ଖୁବ୍‌ ପ୍ରଶଂସା କରି ବିନମ୍ର ବୋଲି କହିଛନ୍ତି।

ଏହାସହ ପଢ଼ନ୍ତୁ: ଆର୍ମି କ୍ୟାଣ୍ଟିନ୍‌ରେ ପଶି ଭଙ୍ଗାରୁଜା କରୁଥିଲା ହାତୀ, ଉପାୟ ନ ପାଇ ଲୋକେ କଲେ ଏମିତି; ଦେଖନ୍ତୁ ଭିଡିଓ

ସୂଚନାଯୋଗ୍ୟ ଯେ, ସ୍ୱିଡେନ୍‌ ରାଜଦମ୍ପତି ପଞ୍ଚଦିବସୀୟ ଭାରତ ଗସ୍ତରେ ଆସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଭବନରେ ଏହି ଶାହୀ ଯୋଡ଼ିଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଦିଲ୍ଲୀରେ ଏହି ଦମ୍ପତି ଜାମା ମସ୍‌ଜିଦ୍‌, ଲାଲକିଲ୍ଲା ଏବଂ ଗାନ୍ଧୀ ସ୍ମୃତି ପୀଠ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏହି ରାଜ ଦମ୍ପତିଙ୍କ ଭାରତ ଗସ୍ତ ପରେ ଭାରତ ଓ ସ୍ୱିଡେନ୍‌ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି। ଦୁଇ ଦେଶ ମଧ୍ୟରେ ୨୦୧୮ ମସିହାରେ ଦ୍ୱିପକ୍ଷୀୟ ବ୍ୟାପାର ୩.୩୭ ଅରବ ଡଲାରର ଥିଲା।

Leave A Reply

Your email address will not be published.