ଜମ୍ମୁ କଶ୍ମୀର : କୁପୱାଡାରେ ଭୟଙ୍କର ବରଫଝଡ, ୩ ଯବାନ ନିଖୋଜ

ଜମ୍ମୁ କଶ୍ମୀର(କେନ୍ୟୁଜ୍): ଜମ୍ମୁ କଶ୍ମୀରରେ ପ୍ରବଳ ବରଫ ଝଡ଼। ଅଚାନକ ଝଡ଼ ହେବା ଫଳରେ ଏହା ମଧ୍ୟରେ ଭାରତୀୟ ସେନାର ୩ଜଣ ଯବାନ ନିଖୋଜ ହୋଇଯାଇଛନ୍ତି। କୁପୱାଡ଼ା ଜିଲ୍ଲାର ତଙ୍ଗଧାର ଓ ଗୁରେଜ ସେକ୍ଟରରେ ବରଫ ଝଡ଼ ହୋଇଥିଲା। ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସେନାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ସେନାର ଯବାନ ବରଫ ଝଡ଼ରେ ଫସି ରହିବା ଏହା ତୃତୀୟ ଘଟଣା। ଏହା ପୂର୍ବରୁ ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନରେ ୧୮ ଓ ୩୦ ନଭେମ୍ବରରେ ହୋଇଥିବା ବରଫ ଝଡ଼ରେ ୬ଯବାନ ସହିଦ ହୋଇଥିଲେ।

Leave A Reply

Your email address will not be published.