ଇନଷ୍ଟାଗ୍ରାମରେ ୨୪ ଲକ୍ଷ ଫଲୋଅର ଥିବା ବିଲେଇ ଲିଲ ବବ୍‌ର ମୃତ୍ୟୁ, ଟ୍ଵିଟ୍‌ କଲା ନାସା

ଇନଷ୍ଟାଗ୍ରାମରେ ସେଲିବ୍ରିଟି ହୋଇ ସାରିଥିବା ଆମେରିକାର ଷ୍ଟାର ବିଲେଇର ଆଠ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଇନଷ୍ଟାଗ୍ରାମରେ ୨୪ ଲକ୍ଷରୁ ଅଧିକ ଫଲୋର ଥିବା ଏହି ବିଲେଇର ମାଲିକ ମାଇକ ବ୍ରିଡାବସ୍କି ଗତ ସୋମବାର ଦିନ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି।
ସେଲିବ୍ରିଟୀ ବିଲେଇ ଜନ୍ମରୁ ହିଁ ଅନେକ ସମସ୍ଯାରେ ଗତି କରୁଥିଲା। ଲିଲି ବବ୍‌ ପଶୁମାନଙ୍କର ସୁରକ୍ଷା ପାଇଁ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ କରିବାରେ ସାହାଯ୍ଯ କରିଥିଲେ। ବବ୍‌ର ମୃତ୍ୟୁରେ ନାସା ମଧ୍ଯ ଟ୍ବିଟ୍ କରିଛି। ନାସା ଟ୍ବିଟ୍ କରି ଲେଖିଛି, ‘ଆମେ ତୁମ ସହ ସ୍ପେସ୍ ରେ ଦେଖାହେବୁ ପ୍ଯାରୀ ବବ୍‌। ତୁମର ଯାତ୍ରା ସୁରକ୍ଷିତ ହେଉ।’

Catବ୍ରିଡାବସ୍କୀଙ୍କୁ ଲିଲ ବବ୍‌ ପାଖାପାଖି ଦୁଇ ମାସର ହୋଇଥିବା ବେଳେ ମିଳିଥିଲା। ଲିଲ ବବ୍‌ ଉପରେ ଏକ ଡକ୍ଯୁମେଣ୍ଟ୍ରି ‘ଲିଲ ବବ ଆଣ୍ଡ ଫ୍ରେଣ୍ଡଜ୍’ ମଧ୍ଯ ହୋଇସାରିଛି। ବବ୍‌ର ମ୍ଯୁଜିକ୍ ରେ ମଧ୍ଯ କ୍ଯାରିୟର ରହିଥିଲା। ଏହାବ୍ଯତୀତ ବବର ‘ସାଇନ୍ସ ଆଣ୍ଡ ମ୍ଯାଜିକ୍ : ଏ ସାଉଣ୍ଡଟ୍ରାକ ଟୁ ଦ ୟୁନିଭର୍ସ’ ଆଲବମ୍ ମଧ୍ଯ ଜାରି ହୋଇଥିଲା।

ଏହାସହ ପଢନ୍ତୁ: ଜାଣନ୍ତୁ ଆୟରଲ୍ୟାଣ୍ଡରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଏହି ଶିବଲିଙ୍ଗ ବିଷୟରେ କିଛି ରୋଚକ ତଥ୍ୟ

cat-ବବ ଦୁଇମାସର ହୋଇଥିବା ବେଳେ ସୋସିଆଲ ମିଡିଆରେ ଫଟୋ ଦେଖିବାକୁ ମିଳିଥିଲା। ଏହାପରେ ରେଡିଟ୍‌ ମଧ୍ୟ ତାର କଭର ପୃଷ୍ଠାରେ ସ୍ଥାନ ଦେଇଥିଲା । ଏହାପରେ ଲିଲ ବବ୍‌ ଏତେମାତ୍ରାରେ ଲୋକପ୍ରିୟ ହୋଇଯାଇଥିଲେ ଯେ ତାଙ୍କ ମାଲିକ ମାଇକ ବ୍ରିଡାବକ୍ସି ବବ୍‌ର ଫଟୋରେ ଟିସାର୍ଟ, କ୍ଯାଲେଣ୍ଡର ଆଦି ବିକ୍ରି କରିବା ଆରମ୍ଭ କରିଥିଲେ। ଏହାର ବିକ୍ରିରେ ମିଳୁଥିବା ରାଶିକୁ ଏନିମଲ ରେସକ୍ଯୁ ଗ୍ରୁପ୍ ଏବଂ ଏଡାଁପ୍ସନ ସେଣ୍ଟରକୁ ଦିଆଯାଉଥିଲା।

Leave A Reply

Your email address will not be published.