Below header

ରେକର୍ଡ ଭାଙ୍ଗିବ ଚଳିତ ବର୍ଷର ତାପମାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ମଙ୍ଗଳବାର ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ନେଇ ଏକ ଅତି ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁଯାୟୀ ୨୦୧୦ ବର୍ଷକୁ ଇତିହାସର ସବୁଠୁ ଉତ୍ତପ୍ତ ଦଶକ ଭାବେ ଘୋଷଣା କରାଯାଇଛି । ସଂଯୁକ୍ତ ରାଷ୍ଟ୍ରର ଏକ ବାର୍ଷିକ ଆକଳନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ମନୁଷ୍ୟର ସହନଶୀଳତା କ୍ଷମତାକୁ କମାଇ ଦେଇଛି । ତେଣୁ ପରିବର୍ତ୍ତିତ ଜଳବାୟୁରେ ମନୁଷ୍ୟ ତିଷ୍ଠିବା ସମ୍ଭବପର ହୋଇପାରୁନାହିଁ । ଏହି କାରଣରୁ ବହୁ ସଂଖ୍ୟକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ନଚେତ ଅବସ୍ଥାପିତ ହେବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ବିଶ୍ୱ ଜଳବାୟୁ ସଂଗଠନ ଅନୁଯାୟୀ, ବିଶ୍ୱର ତାପମାତ୍ରା ପୂର୍ବ ଦଶକ ତୁଳନାରେ ୧.୧ ସେଲ୍ସିୟସ ବଢିଯାଇଛି । ଏହା ବାଦ ୨୦୧୯ ବର୍ଷକୁ ଏବେ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ୩ଟି ଉତ୍ତପ୍ତ ଦେଶ ମାନଙ୍କ ଭିତରେ ସାମିଲ କରାଯିବାକୁ ସ୍ଥିର ହୋଇଛି ।

hottest year

ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ମାତ୍ରାଧିକ କୋଠା ନିର୍ମାଣ, ଜଙ୍ଗଲ ହ୍ରାସ, କଳକାରଖାନା ଗୁଡିକର ସଂଖ୍ୟା ବୃଦ୍ଧି କାରଣରୁ ଵାୟୁ ମଣ୍ଡଳରେ ଦିନ କୁ ଦିନ କାର୍ବନର ମାତ୍ରା ବଢ଼ିବାରେ ଲାଗିଛି । ଏହା ଦ୍ୱାରା ତାପମାତ୍ରାର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ସୂଚନା ଅନୁଯାୟୀ ପୃଥିବୀର ସମୁଦ୍ର ତଟ ଗୁଡିକ ଗ୍ରୀନ ହାଉସ ମାଧ୍ୟମରେ ସଂଗଠିତ ହେଉଥିବା ତାପମାତ୍ରାର ପ୍ରାୟ ୯୦ ପ୍ରତିଶତ ଗ୍ରହଣ କରି ନିଅନ୍ତି । ଏମିତିରେ ସମୁଦ୍ର ଗୁଡିକର ଅମ୍ଳୀୟ ସ୍ତର ୧୫୦ ବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ ବଢିଯାଇଛି । ଯାହାକି ସାମୁଦ୍ରିକ ଜୀବଜଗତ ପାଇଁ ଏକ ପ୍ରକାର ଦୁରବସ୍ଥା ଆଣିଦେଇଛି କହିଲେ ଚଳେ । ସେମାନଙ୍କ ଜୀବନ ଉପରେ ମଧ୍ୟ ବିପଦ ଘନେଇବାରେ ଲାଗିଛି । ଏହା ସହ ପୃଥିବୀର ହାରାହାରି ସାମୁଦ୍ରିକ ସ୍ତର ମଧ୍ୟ ବଢିଥିବା ଲକ୍ଷ କରାଯାଇଛି । ମାତ୍ର ୧୨ ମାସ ଭିତରେ ଗ୍ରୀନ ଲ୍ୟାଣ୍ଡର ୩୨୯୦ ଲକ୍ଷ ଟନ ବରଫ ତରଳିଥିବା ଏକ ଗବେଷଣାରୁ ଜଣାଯାଇଛି ।

ଏହା ସହ ପଢନ୍ତୁ: ଏହା ଏମିତି ଏକ ହ୍ରଦ, ଯେଉଁଠିକୁ ଗଲା ମାତ୍ରେ ଯେ କେହି ହୋଇଯାଆନ୍ତି ପଥର!

ଗତ ଚାରି ଦଶକର ତାପମାତ୍ରାକୁ ଯଦି ଲକ୍ଷ କରାଯାଏ ତେବେ ଲକ୍ଷ କରିହେବ ଯେ ପୂର୍ବ ଦଶକ ତୁଳନାରେ ଏଗୁଡିକର ତାପମାତ୍ରାର ରେକର୍ଡ ବୃଦ୍ଧି ଘଟିଛି । ଏହି ବର୍ଷ ଶେଷ ଆଡକୁ ଯଦି ନଜରରେ ରଖାଯାଏ ତେବେ ଜଣାଯିବ କି ପ୍ରାୟ ୨୨ ମିଲିୟନ ବା ୨ କୋଟି ୨୦ ଲକ୍ଷ ଲୋକ କେବଳ ଜଳବାୟୁ ପରିବର୍ତ୍ତନ କାରଣରୁ ହିଁ ଅବସ୍ଥାପିତ ହୋଇଛନ୍ତି । ଏମିତି ପରିସ୍ଥିତି ଯଦି ଆଗକୁ ଚାଲୁରହେ ତେବେ ପୃଥିବୀ ଯେ ଆଗକୁ ନିଶ୍ଚିତ ରୂପେ ଧ୍ବଂସ ମୁହାଁ ଏ ଯୁକ୍ତିକୁ ଟାଳି ହେବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.