ଆପଣ କରଜ ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଜାତକରେ ମଙ୍ଗଳ ଗ୍ରହ ଖରାପ ଚାଲିଥିଲେ ସାଧାରଣତଃ ବ୍ୟକ୍ତିଟି ଅଧିକ ଧାର-କରଜ କରିଥାନ୍ତି। ତେବେ ଜାଣିରଖନ୍ତୁ ମଙ୍ଗଳ ଗ୍ରହ ଦୋଷରୁ କିପରି ମୁକ୍ତି ପାଇପାରିବେ।

ଜାଣନ୍ତୁ କଣ ରହିଛି ମଙ୍ଗଳ ଗ୍ରହର ବିଶେଷତ୍ବ:

-ନବଗ୍ରହଙ୍କ ମଧ୍ୟରେ ମଙ୍ଗଳ ଗ୍ରହଙ୍କୁ ସେନାପତିର ଆଖ୍ୟା ଦିଆଯାଇଛି।

-ମଙ୍ଗଳ ଶକ୍ତି, ଆତ୍ମବିଶ୍ବାସ ଏବଂ ପରାକ୍ରମର ସ୍ବାମୀ।

-ଏହାର ମୁଖ୍ୟ ତତ୍ତ୍ବ ଅଗ୍ନି ତତ୍ତ୍ବ ଏବଂ ମୁଖ୍ୟ ରଙ୍ଗ ନାଲି।

-ମକର ରାଶିରେ ମଙ୍ଗଳ ଉଚ୍ଚରେ ରହିଥାନ୍ତି ଏବଂ କର୍କଟ ରାଶିରେ ନିଚ୍ଚରେ ରହିଥାନ୍ତି।

mangal-dosh-ଜାଣନ୍ତୁ ମଙ୍ଗଳ ଅଶୁଭ ହୋଇଥିଲେ କି ପ୍ରଭାବ ପଡ଼ିଥାଏ:

-ଆତ୍ମବିଶ୍ବାସ ଏବଂ ସାହାସର ସ୍ତର ଦୁର୍ବଳ ହୋଇଥାଏ।

-ବ୍ୟକ୍ତିମାନଙ୍କୁ ସମ୍ପତ୍ତି ଏବଂ ଜମି ମାମଲାରେ ଅସୁବିଧାର ସାମ୍ନା କରିବାକୁ ପଡିପାରେ।

-ରକ୍ତ ସମ୍ବନ୍ଧିୟ ସମସ୍ୟା ଦେଖାଯାଇଥାଏ।

-ଯଦି କରଜ ସମସ୍ୟା ଲାଗି ରହିଥାଏ ତେବେ କେବେ ଜେଲ୍ ଯିବାକୁ ମଧ୍ୟ ପଡିପାରେ।

ମଙ୍ଗଳ ଶୁଭ ହୋଇଥିଲେ କି ପ୍ରଭାବ ପଡିଥାଏ:

-ବ୍ୟକ୍ତି ସାହାସୀ ଏବଂ ଉଦାର ହୋଇଥାନ୍ତି। ଆତ୍ମବିଶ୍ବାସ ଭରି ରହିଥାଏ।

-ବ୍ୟକ୍ତି ଧନୀ ହୋଇଥାନ୍ତି।

-ଏଭଳି ଲୋକମାନଙ୍କୁ କୌଣସି କ୍ଷତି ହୋଇନଥାଏ।

-ମଙ୍ଗଳ ଶୁଭ ଥିବା ବ୍ୟକ୍ତିମାନେ ଖୁବ୍ କମ ବୟସରେ ସଫଳତା ପାଇଥାନ୍ତି।

-ଏଭଳି ଲୋକମାନେ ନିଜର ଛୋଟ ଭାଇମାନଙ୍କ ସହ ଭଲ ସମ୍ବନ୍ଧ ରଖିଥାନ୍ତି।

mangal-doshaଏପରି କରନ୍ତୁ ମଙ୍ଗଳ ଦେବଙ୍କୁ ପ୍ରସନ୍ନ:

-ମଙ୍ଗଳବାର ଦିନ ଉପବାସ ରଖନ୍ତୁ ଏବଂ ଏହି ଦିନ ଲୁଣ ସେବନ କରନ୍ତୁ ନାହିଁ।

-ପ୍ରତ୍ୟେକ ଦିନ ସକାଳ ଏବଂ ସଂନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରନ୍ତୁ।

ଏହାସହ ପଢନ୍ତୁ: ଶାସ୍ତ୍ର ଅନୁସାରେ ଏକାଦଶୀ ଦିନ ଏହିସବୁ କାମ କରିବା ଅନୁଚିତ

-ଯଦି କରଜ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ବୋହିଯାଉଥିବା ପାଣିରେ ଜଅ ଭସାନ୍ତୁ।

-ଏହାବ୍ୟତୀତ ମଙ୍ଗଳ ଦୋଷ ଖରାପ ଥିଲେ ନାଲି ରଙ୍ଗର ମିଠା ମଙ୍ଗଳବାର ଦିନ ଦାନ କରନ୍ତୁ। ଏଥିସହ ଦ୍ବିପ୍ରହର ସମୟରେ ମଙ୍ଗଳଙ୍କ ମନ୍ତ୍ର ଜପ କରବିା ଦ୍ବାରା ମଙ୍ଗଳ ଗ୍ରହର ଅଶୁଭ ସମାପ୍ତି ହୋଇଯାଇଥାଏ।

Leave A Reply

Your email address will not be published.