Below header

ହାଇଦ୍ରାବାଦ ପୋଲିସର ଏନ୍‌କାଉଣ୍ଟରକୁ ସୋସିଆଲ ମିଡିଆରେ ପ୍ରଶଂସା, ଟ୍ରେଣ୍ଡ କରୁଛି #Singham ଷ୍ଟାଇଲ୍‌

ହାଇଦ୍ରାବାଦରେ ଦୁଷ୍କର୍ମ ପରେ ଜଣେ ପଶୁ ଡାକ୍ତରାଣୀଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଭୋର୍‌ରୁ ଏନ୍‌କାଉଣ୍ଟର କରାଯାଇଛି। ଏହି ଦୋଷୀମାନେ ଖସିପଳାଇବାକୁ ଚେଷ୍ଟା କରିବାରୁ ବାଧ୍ୟ ହୋଇ ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ତେବେ ଦୀର୍ଘ ବର୍ଷ ପରେ ପୋଲିସର ଏଭଳି ଆଭିମୁଖ୍ୟକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକେ ପୋଲିସର ଆକସନ୍‌ ମୋଡ୍‌କୁ ପ୍ରଶଂସା କରିବା ସହ ଟ୍ଵିଟରରେ #ହାଇଦ୍ରାବାଦ ପୋଲିସ ଓ #ସିଂହମ୍‌ ଭଳି ହାସ୍‌ଟ୍ୟାଗ୍‌ ଦେଉଥିବା ଦେଖାଯାଇଛି।

ଏନ୍‌କାଉଣ୍ଟର ପରେ ଟ୍ଵିଟରରେ ଲୋକମାନେ ଏଭଳି ରିଆକସନ୍‌ ଦେଇଛନ୍ତି:

ଏହାସହ ପଢ଼ନ୍ତୁ: ହାଇଦ୍ରାବାଦ ଗଣଦୁଷ୍କର୍ମ ଏନ୍‌କାଉଣ୍ଟରରେ ଭୋର୍‌ ୩ଟା ବେଳେ କ’ଣ ଘଟିଥିଲା?

ତେବେ ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଅଧିକାଂଶ ଲୋକ ଏହି ଘଟଣାକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ବେଳେ ଆଉ କିଛି ମାନବାଧିକାର ଅଧିକାର କଥା କହିଛନ୍ତି। ଏହି ଘଟଣାରେ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲୀବାଲ କହିଛନ୍ତି ଯାହ ହୋଇଛି ଭଲ ହୋଇଛି। ଏନ୍‌କାଉଣ୍ଟର କରାଯାଇନଥିଲେ ଏମାନେ ଦିଲ୍ଲୀର ନିର୍ଭୟା ମାମଲା ଅପରାଧୀଙ୍କ ଭଳି ସରକାରୀ ଜ୍ୱାଇଁ ଭାବେ ଜେଲ୍‌ରେ ବସି ଖାଇଥାନ୍ତେ। ସୂଚନାନୁଯାୟୀ, ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ମୃତ ସମସ୍ତ ଅପରାଧୀଙ୍କ ବୟସ ୨୦ରୁ ୨୬ ବର୍ଷ ମଧ୍ୟରେ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.