ହାଇଦ୍ରାବାଦ କାଣ୍ଡ : ଅଭିଯୁକ୍ତଙ୍କୁ ଏକାଉଣ୍ଟର ପରେ ଏପରି ଖୁସି ଜାହିର କଲେ ନିର୍ଭୟା ମା ଏବଂ ସ୍କୁଲ ଛାତ୍ରୀ

ଦିଶାଙ୍କୁ ମିଳିଗଲା ନ୍ୟାୟ। ଏହି ଖୁସିରେ ସମଗ୍ର ଭାରତବାସୀ ଆଜି ଖୁସିରେ ନାଚିଉଠିଛନ୍ତି। ଦୀର୍ଘ ୯ ଦିନ ଧରି ଚାଲିଥିବା ଜନଆକ୍ରୋଶର ପୂର୍ଣ୍ଣଚ୍ଛେଦ ପଡିଛି।ହାଇଦ୍ରାବାଦ ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଦୁଷ୍କର୍ମକାରୀ ପୋଲିସ ଏନକାଉଣ୍ଟର ମୃତ। ଚେତନାପାଲି ଓଭରବ୍ରିଜରେ ଏନକାଉଣ୍ଟରରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିବାବେଳେ ଏନକାଉଣ୍ଟର କରିଛି ତେଲେଙ୍ଗାନା ପୋଲିସ। ଭୋର ୩ଟାରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ଜାଳିଥିବା ସ୍ଥାନରେ ଏନକାଉଣ୍ଟର ହୋଇଛି। ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗତ ୨୭ ତାରିଖରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ପୋଡିଦେଇଥିଲେ ଅଭିଯୁକ୍ତ।

rape

ସୂଚନାଯୋଗ୍ୟ,ପୋଲିସ ଅଭିଯୁକ୍ତମାନଙ୍କୁ କ୍ରାଇମ ସିନ୍‌ ରିକ୍ରିଏଟ କରିବା ପାଇଁ ସେହି ସ୍ଥାନକୁ ନେଇ ଯାଇଥିଲା। ଯେଉଁଠାରେ ସେମାନେ ପୋଲିସକୁ ଚକ୍‌ମା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ। ଫଳରେ ପୋଲିସ ଏନକାଉଣ୍ଟର କରିଥିଲା। ୨୭ ତାରିଖରେ ଏହି ଘଟଣାକୁ ଅଭିଯୁକ୍ତମାନେ ଘଟାଥିଲେ। ୨୮ ତାରିଖ ଦିନ ମହିଳା ଡାକ୍ତରଙ୍କ ଶବ ମିଳିବା ପରେ ସମଗ୍ର ଦେଶରେ ଜନ ଆକ୍ରୋଶ ଦେଖିବାକୁ ମିଳିଲା। ସଡକ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତକୁ ଫାଶୀ ଦେବାକୁ ଜନସାଧାରଣ ଦାବି କରୁଥିଲେ। କିନ୍ତୁ ଶୁକ୍ରବାର ଭୋରୁ ପୋଲିସର ଏହି କାର୍ଯ୍ୟକୁ ନେଇ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି। ଅଭିଯୁକ୍ତଙ୍କ ମୃତ୍ୟୁରେ ସ୍କୁଲ ଛାତ୍ରୀମାନେ ବସ୍‌ରେ ଚିତ୍କାର କରି ଖୁସି ଜାହିର କରିଛନ୍ତି।

333

ଏହି ଘଟଣାରେ ନିର୍ଭୟା ମା’ ଆଶା ଦେବୀ ମଧ୍ୟ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ପୋଲିସ ବହୁତ ଭଲ କାମ କରିଛି। ପୋଲିସ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବା ପାଇଁ ଅନୁରୋଧ କରିଛନ୍ତି। ଗତ ସାତ ବର୍ଷ ହେଲାଣି ନିର୍ଭୟା ମା’ ନ୍ୟାୟ ପାଇଁ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ନିର୍ଭୟା ଦୋଷୀଙ୍କୁ ଖୁବଶୀଘ୍ର ମୃତ୍ୟୁ ଦଣ୍ଡାଦେଶ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.