ଲୋକସଭାରେ ପାଇକ ରେଜିମେଣ୍ଟ ପ୍ରସ୍ତାବ ଉଠାଇଥିବାରୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଲେ ସମସ୍ତ ପାଇକ ସଂଗଠନ

କେନ୍ୟୁଜ୍(ବ୍ୟୁରୋ): ଜୁଲାଇ ୨୦,୨୦୧୭ ରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ନୁଆଦିଲ୍ଲୀ ର ‘‘ ବିଜ୍ଞାନ ଭବନ’’ ପ୍ରେକ୍ଷାଳୟରେ ୧୮୧୭ ମସିହାର ପାଇକ ଆନ୍ଦୋଳନକୁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ବୋଲି ସମ୍ବୋଧନ କରିଥିବା ସମୟରେ ଐତିହାସିକ ବରୁଣେଇ ଶିଖର ରେ ପାଇକ ସ୍ମାରକୀ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଅନୁରୋଧକୁ ସେ ସମୟରେ ତତ୍କାଳୀନ କେନ୍ଦ୍ର ସଂସ୍କୃତି ଓ ପଯ୍ୟର୍ଟନ ମନ୍ତ୍ରୀ ମହେଶ ଶର୍ମ୍ମା ଗ୍ରହଣ କରିଥିଲେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ୫୦ ଏକର ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ଏହା ସହ ୬୦ ଏକର ଜମି ଦାବି କରିଥିଲା କଳିଙ୍ଗ ପାଇକ ସଂଗଠନ । ବହୁ ବିଳମ୍ବରେ ରାଜ୍ୟ ସରକାର ବରୁଣେଇ ଠାରେ ୧୦ ଏକର ଜମି ଯୋଗାଇ ଦେଇଛନ୍ତି । ଆସନ୍ତା ୮ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ରାଷ୍ଟ୍ରପତିଙ୍କ ଭିତ୍ତିପ୍ରସ୍ତର ସ୍ଥାପନ କୁ ଓଡିଶାର ସମସ୍ତ ପାଇକ ସଂଗଠନ ଯୋଗ ଦେଇ ଧନ୍ୟବାଦ ଦେବା ସହ ଓଡିଶାର ଦିର୍ଘ ଦିନର ଦାବି କଳିଙ୍ଗ ପାଇକ ରେଜିମେଣ୍ଟ ଗଠନ କରିବା ଉପରେ ପ୍ରସ୍ତାବ ଉଠାଇ ଥିବାରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଛନ୍ତି । ଏହା ସହ କଳିଙ୍ଗ ପାଇକ ରେଜିମେଣ୍ଟ ଶୀଘ୍ର ଗଠନ ପାଇଁ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ଜଣାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.