ଲଟେରୀ ଜିତିଥିବା ପଇସାରେ କିଣିଥିଲେ ଜମି, କିନ୍ତୁ ହଳ କରିବା ସମୟରେ ମିଳିଲା ଏମିତି କିଛି..

ଆପଣଙ୍କ ଭାଗ୍ୟ କେତେ ବେଳେ, କେମିତି ପରିବର୍ତ୍ତନ ହୋଇଯିବ, ତାହାର ଆନ୍ଦାଜା ଆପଣ କେବେ ବି କରିନଥିବେ। ହୁଏତ ବାଟରେ ଗଲାବେଳେ ହେଉ ଅବା ଈଶ୍ୱରଙ୍କ କୃପାରୁ ହେଉ। କେବେ କେବେ ଏମିତି ପରିସ୍ଥିତି ଆସେ, ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦିଏ। ଏମିତି ଏକ ଘଟଣା କେରଳର ଜଣେ ଚାଷୀଙ୍କ କ୍ଷେତ୍ରରେ ଘଟିଛି। ଯେଉଁଥିପାଇଁ ସେ ମାଲେମାଲ ହୋଇଛନ୍ତି।

coin 1

ଗତବର୍ଷ କ୍ରିସମାସ ଅବସରରେ କେରଳର ୬୬ ବର୍ଷୀୟ ରତ୍ନାକର ପିଲ୍ଲଇଙ୍କର ୬ କୋଟି ଟଙ୍କା ଲଟେରୀରେ ଜିତିଥିଲେ। ଏହି ପଇସାରେ ରତ୍ନାକର ତିରୁଅନନ୍ତପୁରମର କିଛି ବଟ ଦୂର କିଲିମନୁରରେ ଏକ ଜମି ମଧ୍ୟ କିଣିଥିଲେ। ଏହି ଜମିର ପୁରା ଭାଗ କୃଷ୍ଣ ମନ୍ଦିର ନିକଟରେ ରହିଥିଲା, ଯାହା ଥିରୁପାଲକଦଲ ଶ୍ରୀକୃଷ୍ଣ ସ୍ୱାମୀ ଶ୍ରୀତ୍ରେମ ନାମରେ ଜଣାଶୁଣା। ରତ୍ନାକର ଏହି ଜମିରେ କନ୍ଦମୂଳ ଚାଷ କରିବା ପାଇଁ ଜମିକୁ ହଳ କରୁଥିବା ସମୟରେ ଏପରି କିଛି ପାଇଥିଲେ, ଯାହା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

coin

ରତ୍ନାକର କ୍ଷେତରେ ହଳ କରୁଥିବା ସମୟରେ ରତ୍ନାକର ୧୦୦ ବର୍ଷ ପୁରୁଣା ଏକ ମାଠିଆ ମଧ୍ୟରେ ୨୫୯୫ଟି ପଇସା ଥିବା ପାଇଥିଲେ। ଏହି ପଇସାଗୁଡିକ ତମ୍ବାର ହୋଇଥିବା ବେଳେ ଏହାର ଓଜନ ୨୦ କିଲୋ ଏବଂ ୪୦୦ ଗ୍ରାମ ରହିଛି। ଏହା ଉପରେ ଜଙ୍କ ଲାଗିଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ପଇସାର ମୂଲ୍ୟ ଜଣାପଡିନାହିଁ। ଏହି ପଇସାକୁ ସଫା କରିବା ପରେ ହିଁ ଏହାର ପ୍ରକୃତ ମୂଲ୍ୟ ଜଣାପଡିବ ବୋଲି ବିଶେଷଜ୍ଞ କହିଛନ୍ତି। ସୂଚନାଯୋଗ୍ୟ, ଏହି ପଇସା ତ୍ରାବଣକୌରର ଦୁଇ ମହାରାଜାଙ୍କ ଶାସନ କାଳ ମଧ୍ୟରେ ଚାଲୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.