ଓଡ଼ିଶା ଫେରି ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ(କେନ୍ୟୁଜ୍): ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍‌ ଅଭୟ। ଦାୟିତ୍ୱ ଗ୍ରହଣ କରିବା ପରେ ସେ ତାଙ୍କର ୬ଟି ପ୍ରାଥମିକତାକୁ ସ୍ପଷ୍ଟ କରିଛନ୍ତି। ପ୍ରଥମ ଗୁରୁତ୍ୱ ରହିବ ମୋ ସରକାରକୁ ତ୍ୱରାନ୍ଵିତ କରିବା। ଦ୍ୱିତୀୟରେ, 5Tକୁ କାର୍ଯ୍ୟକାରୀ କରିବା। ତାଛଡ଼ା ଦୁର୍ବଳ ଶ୍ରେଣୀ, ବିଶେଷ କରି ମହିଳାଙ୍କ ବିରୋଧରେ ଅପରାଧକୁ ନିୟନ୍ତ୍ରଣ କରିବା, ନକ୍ସଲ ନିୟନ୍ତ୍ରଣ, ସଂଗଠିତ ଅପରାଧ ତଥା ମାଫିଆଙ୍କୁ ରୋକ୍‌ ଲଗାଇବା ଓ ତଦନ୍ତର ମାନକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପୋଲିସ ଡିଜି ଅଭୟ। ଡିଜିପି ଭାବେ ନିଯୁକ୍ତି ମିଳିବା ପରେ ଆଜି ଓଡ଼ିଶାରେ ପହଞ୍ଚିଥିଲେ ଆଇପିଏସ୍‌ ଅଭୟ। ଭୁବନେଶ୍ୱର ବିମାନ ବନ୍ଦରରେ ବରିଷ୍ଠ ପୋଲିସ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ କଟକସ୍ଥିତ ପୋଲିସ ମୁଖ୍ୟାଳୟକୁ ଯାଇଥିଲେ। ସେଠାରେ ସତ୍ୟଜିତ ମହାନ୍ତିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ନୂଆ ପୋଲିସ ଡିଜି ଅଭୟ। ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ହେଉଛନ୍ତି ଅଭୟ । ଗତ ନଭେମ୍ବର ୨୦ ତାରିଖରେ ଅଭୟଙ୍କୁ ଓଡ଼ିଶା ପୋଲିସର ଡିଜି ଭାବେ ନିଯୁକ୍ତି ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.