କେରଳରେ ହେଲା ଦୁନିଆର ପ୍ରଥମ ସାମୁଦ୍ରିକ କବରସ୍ଥଳ, ଲୋପ ପାଇଯାଉଥିବା ମାଛଗୁଡ଼ିକୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି

କେରଳର କୋଝିକୋଡ୍‌ଠାରେ ପ୍ଲାଷ୍ଟିକ୍‌ ବୋତଲରେ ଦୁନିଆର ପ୍ରଥମ ସାମୁଦ୍ରିକ କବରସ୍ଥଳ ବନାଯାଇଛି। ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ଦ୍ୱାରା ବଢ଼ୁଥିବା ପ୍ରଦୂଷଣର ମାତ୍ରାକୁ କମ୍‌ କରିବା ତଥା ଏ ଦିଗରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ବାୟୋର୍‌ ତଟରେ ତିଆରି ହୋଇଛି।

fish1

ମୁଖ୍ୟତଃ ଲୋପ ପାଇଯାଉଥିବା ସାମୁଦ୍ରିକ ପ୍ରଜାତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହାକୁ ବନାଯାଇଛି। ଏଥିରେ ସିନ୍ଧୁଘୋଟକ, ପେରଟଫିଶ୍‌, ଲେଦରବ୍ୟାକ୍‌ କଇଁଛ, ଇଗଲ୍‌ ରେଜ୍‌, ସର୍ଫିଶ୍‌, ଜେବ୍‌ରା ଶାର୍କ, ହେମରହେଡ୍‌ ମାଛ ଏବଂ କେରଳର ସ୍ଥାନୀୟ ମଧୁର ପାଣି ମାଛ ସାମିଲ ଅଛନ୍ତି।

fish2

ଜଣେ ଅଧିକାରୀ କୁହନ୍ତି, ‘ଏହା ଲୋକଙ୍କୁ ସଚେତନ କରିବା ପାଇଁ ଏକ ପ୍ରୟାସ। ଯଦି ଆମେ ଲଗାତାର ଭାବେ ପ୍ଲାଷ୍ଟିକ୍‌କୁ ସମୁଦ୍ରକୁ ପିଙ୍ଗୁଥିବା, ତା’ହେଲେ ମାଛର ଅନେକ ପ୍ରଜାତି ଲୋପ ପାଇଯିବ’। ଏକ ରିପୋର୍ଟ ମୁତାବକ, ଜଳ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ୭୦୦ ପ୍ରଜାତିଙ୍କର ଜୀବନ ଏବେ ବିପଦ ମୁଖରେ ରହିଛି।

Leave A Reply

Your email address will not be published.