Below header

ପାଣ୍ଡ୍ୟାଙ୍କ ବିନା ଡ୍ରେସିଂ ରୁମ୍‌ରେ ଆଉ ଏସବୁ ହୋଇ ପାରୁନି ବୋଲି କହିଲେ ରାହୁଲ

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏବେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଦେଖିବାକୁ ମିଳୁନାହିଁ । ସେ ଆହତ ଥିବାରୁ ଖେଳୁ ନାହାନ୍ତି । ହେଲେ ପାଣ୍ଡ୍ୟାଙ୍କୁ ବହୁତ ମିସ୍‌ କରୁଛନ୍ତି ସାଥୀ ଖେଳାଳିମାନେ । କାରଣ ସେ ଡ୍ରେସିଂରୁମ୍‌ରେ ଥିଲେ ଫୁଲ୍‌ ମସ୍ତି ଚାଲେ । ସବୁବେଳେ ହୋହଲ୍ଲା ହେଉଥାଏ ।


ବୁଧବାର ଦିନ ମୁମ୍ବାଇରେ େଓ୍ଵଷ୍ଟଇଣ୍ଡିଜ୍‌କୁ ଶେଷ ଟି-୨୦ରେ ହରାଇ ଭାରତ ସିରିଜ୍‌ ଜିତିଥିଲା । ଏହି ଅବସରରେ ଭାରତୀୟ ଦଳର ଓପ୍ନର କେ.ଏଲ୍‌ ରାହୁଲ ଭେଟିଥିଲେ ପାଣ୍ଡ୍ୟାଙ୍କୁ । ଦଳରୁ ଦୂରରେ ରହି ଖୁବ୍‌ ଦୁଃଖିତ ଅଛନ୍ତି ପାଣ୍ଡ୍ୟା । ଶୀଘ୍ର ସୁସ୍ଥ ହୋଇ ଫେରିବାକୁ ଚାହୁଁଛନ୍ତି । ପାଣ୍ଡ୍ୟା କହିଛନ୍ତି, ତୁମମାନଙ୍କୁ ଦେଖି ମୋର ବି ଇଚ୍ଛା ହେଉଛି ବ୍ୟାଟ୍‌ ଧରି ପଡ଼ିଆକୁ ପଳାଇ ଆସିବା ପାଇଁ । ଅନ୍ୟପଟେ ରାହୁଲ କହିଥିଲେ, ଅନ୍ୟମାନଙ୍କ କଥା ମୁଁ ଜାଣିନି । ଡ୍ରେସିଂରୁମ୍‌ରେ ମୁଁ ତୁମକୁ ବହୁତ ମିସ୍‌ କରୁଛି । କାରଣ ତୁମ ବିନା ବିନା ଆଉ ମଜାମସ୍ତି ହୋଇ ପାରୁନି। ଏଥିରେ ତୁରନ୍ତ ଜବାବ ଦେଇ ପାଣ୍ଡ୍ୟା କହିଛନ୍ତି, ହଁ ଅନ୍ୟମାନେ ବି କ୍ୟାମେରା ପଛରେ ମୋତେ ଏହିକଥା କହିଥିଲେ ।
ରାହୁଲ ଓ ପାଣ୍ଡ୍ୟାଙ୍କ ଏହି କଥାବାର୍ତ୍ତାର ଭିଡିଓ ବିସିସିଆଇ ସୋସିଆଲ ମିଡିଆରେ ସେୟାର କରିଛି । ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି ।

PANDYA AND RAHUL-3

ଏଠି ଆପଣମାନଙ୍କୁ ସୂଚାଇ ଦେଉଛି କି ଏହି ଦୁଇ ଖେଳାଳି ‘କଫି ଓ୍ଵିଥ୍‌ କରଣ’ କାର୍ଯ୍ୟକ୍ରମରେ ମହିଳାଙ୍କ ଉପରେ ଆପତ୍ତିଜନକ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଥିଲେ । ଏମିତିକି ଉଭୟ ଖେଳାଳିଙ୍କୁ ବିସିସିଆଇ କିଛି ମ୍ୟାଚ୍‌ରୁ ସସ୍‌ପେଣ୍ଡ ମଧ୍ୟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.