ରୋବଟ୍‌ ‘ସୁରେନା’, ଯିଏ ୧୦୦ଟି ଭାଷାକୁ ବୁଝିବା ସହ କରିପାରୁଛି ଅନୁବାଦ

ଆପଣ ରୋବଟ୍‌ ଫିଲ୍ମ ନିଶ୍ଚିତ ଦେଖିଥିବେ। ଏଥିରେ ରୋବଟ୍‌ କରୁଥିବା କାମ ବିଷୟରେ ମଧ୍ୟ ନିଶ୍ଚିତ ଜାଣିଥିବେ। ଏପରି ଏକ ରୋବଟ୍‌କୁ ପ୍ରସ୍ତୁତ କରିଛି ଇରାନର ଏକ ବିଶ୍ୱବିଦ୍ୟାଳୟ। ଇରାନର ତେହରାନ ବିଶ୍ୱବିଦ୍ୟାଳୟରେ ଏପରି ଏକ ରୋବଟ ପ୍ରସ୍ତୁତ କରାଯାଇଛି ଯିଏକି ୧୦୦ଟି ବିଭିନ୍ନ ଭାଷାକୁ ବୁଝିବା ସହ ଅନୁବାଦ କରିପାରିବ। କେବଳ ଏମିତି ନୁହେଁ, ଏହା ଚେହେରାକୁ ଚିହ୍ନିବା ସହ ଫୁଟବଲ କିକ୍‌ ମଧ୍ୟ ମାରିବାରେ ମଧ୍ୟ ସକ୍ଷମ। ରିପୋର୍ଟ ମୁତାବକ, ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ ଇଂଜିନିୟରି ଚାରିବର୍ଷରେ ଏପରି ରୋବଟକୁ ତିଆରି କରିବାରେ ସକ୍ଷମ ହୋଇଛି।

surena 1

ଏହାର ନାମ ‘ସୁରେନା’ ରଖାଯାଇଛି। ଏହି ରୋବଟ୍‌ ଜିନିଷ ଉଠାଇ ପାରିବା ସହ ଚେହେରା ମଧ୍ୟ ଚିହ୍ନିବାରେ ସକ୍ଷମ ହୋଇଥାଏ। ଏହାସହ ରୋବଟ ହାତ ମିଶାଇ ଲୋକଙ୍କୁ ଅଭିନନ୍ଦନ କରିପାରେ। ୧୭୦ ସେଣ୍ଟିମିଟର ଲମ୍ବା ଏବଂ ୭୦ କିଲୋ ଓଜନର ଏହି ରୋବଟ ସୁରେନା ଘଣ୍ଟାକୁ ୦.୭ କିମି ଗତିରେ ଚାଲିପାରେ। ଏହାଛଡା ରୋବଟଟି ଆବଡାଖାବଡା ଭୂମିରେ ଆଗକୁ ପଛକୁ ଏବଂ ବାମ, ଡାହାଣୁ ଆରାମରେ ଯିବାଆସିବା କରିପାରେ। ଏହାବ୍ୟତୀତ ମଣିଷ ଠାରେ ଥିବା ଗୁଣ ଭଳି ଏହି ରୋବଟ୍‌ର ଅନେକ ଗୁଣ ମଧ୍ୟ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.