ବେଶ୍ୟାବୃତ୍ତି ପେସା ହେଲା କେମିତି, ଜାଣନ୍ତୁ ପୁରାଣରୁ ଇତିହାସ ଓ ବର୍ତ୍ତମାନ

ସଂସ୍କୃତରେ ଗଣିକା, ଉର୍ଦ୍ଦୁରେ ତଓ୍ଵାଇଫ୍‌, ଇଂରାଜୀରେ ପ୍ରଷ୍ଟିଚ୍ୟୁଟ୍‌ ଆଉ ଓଡ଼ିଆରେ ବେଶ୍ୟା । ଏଇ ଶବ୍ଦଟି ଅନେକଙ୍କ ପାଇଁ ଘୃଣାର ଶବ୍ଦ ହୋଇ ପାରେ । ହେଲେ ଏମାନେ ଅତୀତରେ ଥିଲେ ଓ ଏବେବି ଅଛନ୍ତି । ସବୁବେଳେ ବଦନାମ ଏମାନେ । କୁହାଯାଏ ବିଶ୍ୱର ସବୁଠାରୁ ପ୍ରାଚୀନ ବୃତ୍ତି ହେଉଛି ବେଶ୍ୟାବୃତ୍ତି । ଏମାନଙ୍କର ଅସ୍ତିତ୍ୱ ରହିଛି ଓ କୁହାଯାଏ ଭବିଷ୍ୟତରେ ମଧ୍ୟ ରହିବ । ଆମ ଭାରତରେ କୋଲକାତାଠୁ ଆରମ୍ଭ କରି ସବୁ ମେଟ୍ରୋ ସହରରେ ରହିଛି ବେଶ୍ୟାଳୟ । ଯାହା ଲୋକଙ୍କ ଜାଣତରେ ଅଛି । ଏହା ବ୍ୟତୀତ ସବୁ ରାଜ୍ୟର ସବୁ ସହରରେ ମଧ୍ୟ ଏଭଳି ଛୋଟ ବଡ଼ ସ୍ଥାନ ସବୁ ରହିଛି, ଯେଉଁଠି ଚାଲେ ଦେହ ବେପାର । ଏସବୁ ବେଆଇନ୍‌ ହୋଇଥିବା ସତ୍ତ୍ୱେ କାହିଁକି ବନ୍ଦ ହେଉନି ବେଶ୍ୟାଳୟ ? ଯଦିଓ ଏହି ନାଁଟି ଓଡ଼ିଆରୁ ଇଂରାଜୀ ହୋଇ ଏବେ ‘ସେକ୍ସ ର‍୍ୟାକେଟ୍‌’ରେ ପରିଣତ ହୋଇଗଲାଣି । ତଥାପି ପୋଲିସ୍‌ ଏହାକୁ ରୋକି ପାରୁନାହିଁ ।

ବେଶ୍ୟା କିଏ ?

ଯିଏ ଅର୍ଥ ଲାଳସା ରଖି ଦେହ ବ୍ୟବସାୟ କରେ ତାକୁ ଗଣିକା ବା ଦେହଜୀବୀ କୁହାଯାଏ । ଏମାନେ ହେଉଛନ୍ତି କୌଣସି ଆବେଗ ବିନା ଶାରୀରିକ ସମ୍ପର୍କ ରଖୁଥିବା ମହିଳା । କେବଳ ପେସା ହେଉଛି ଦେହ ବ୍ୟବସାୟ । ସଂସ୍କୃତରେ କୁହାଯାଏ ଗଣାୟତି ଇତି ଗଣିକା । ଅର୍ଥାତ୍‌ ନିଜ ଦେହକୁ ବିକି ଟଙ୍କା ଗଣି ନେଉଥିବାରୁ ତାର ନାଁ ଗଣିକା ହୋଇଛି । ଯିଏ ସୌନ୍ଦର୍ଯ୍ୟକୁ ନିଜ ଜୀବିକା ଭାବେ ଗ୍ରହଣ କରିଥାଏ ତାକୁ କୁହନ୍ତୀ ରୂପଜୀବୀ ।

APSARA

ପୁରାଣରୁ ବର୍ତ୍ତମାନ ଯାଏ

ପୁରାଣ ଅନୁସାରେ ସେତେବେଳେ ଦେବତାମାନେ ରୁଷି ମୁନୀ କିମ୍ବା ଅସୁରମାନଙ୍କ ତପସ୍ୟା ଭଙ୍ଗ କରିବାକୁ ରମ୍ଭା, ମେନକା, ଉର୍ବଶୀଙ୍କ ଭଳି ସୁନ୍ଦରୀ ନାରୀମାନଙ୍କୁ ପଠାଉଥିଲେ । ଏମାନଙ୍କୁ କୁହାଯାଉଥିଲା ଅପସରା । ସେମାନେ ନିଜ ରୂପ ସୌନ୍ଦର୍ଯ୍ୟରେ ଏମାନଙ୍କୁ ବଶ କରି ତପସ୍ୟା ଭଙ୍ଗ କରାଉଥିଲେ ।
ଇତିହାସ କହେ, ରାଜା ମହାରାଜାଙ୍କ ସୌଖୀନ ଜୀବନରୁ ବେଶ୍ୟା ଓ ବେଶ୍ୟାଳୟର ସୃଷ୍ଟି । ହେଲେ ଇଏ ସିନା ଐତିହାସିକଙ୍କ କଥା କିନ୍ତୁ ପୁରୁଷ ତାର କାମନାକୁ ଶାନ୍ତ କରିବା ଲାଗି ଯୁଗ ଯୁଗରୁ ଏଭଳି କାମ କରି ଆସିଛି । ଯାହା ଫଳରେ ସୃଷ୍ଟି ହୋଇଛି ବେଶ୍ୟାଳୟ । କେଉଁଠି ଲୁଚା ଚୋରାରେ ତ ଆଉ କେଉଁଠି ଖୁଲ୍ଲମ ଖୁଲ୍ଲା । କେବେ ନିଜ ପରିସ୍ଥିତି ଓ ଦାରିଦ୍ର୍ୟ ପାଇଁ ନାରୀ ବେଶ୍ୟାଳୟରେ ପହଞ୍ଚି ଥାଏ ତ ଆଉ କେତେବେଳେ ନିଜର ଭୁଲ ଯୋଗୁଁ । ରାଜାରାଜୁଡ଼ାଙ୍କ ସମୟରେ କିଛି ମହିଳା ଏହାକୁ ପାରମ୍ପରିକ ବୃତ୍ତି ଭାବେ ଗ୍ରହଣ କରିଥିଲେ ।

GFX

ଇଂରେଜ ଅମଳ କଥା

ଆଉ ଏବେ ତ ନିମ୍ନ ସ୍ତରରୁ ଆରମ୍ଭ କରି ହାଇ ସୋସାଇଟିରେ ମଧ୍ୟ ରହିଛନ୍ତି ଏଭଳି ଦେହବ୍ୟବସାୟୀ ଓ ଦଲାଲ । ଯଦିଓ ରାଜାମାନଙ୍କ ଅମଳରେ ଏହା କେବଳ ବଡ଼ ବଡ଼ିଆଙ୍କ ସ୍ତରରେ ସୀମିତ ଥିଲା । ଅତୀତରେ ଗୋଟିଏ ସମୟ ଥିଲା ଯେତେବେଳେ ବେଶ୍ୟାମାନେ ସମାଜରେ ଖୁବ୍‌ ସମ୍ମାନ ପାଉଥିଲେ । ରାଜାମାନଙ୍କ ପୃଷ୍ଠପୋଷକତାରେ ସେମାନଙ୍କୁ ମର୍ଯ୍ୟାଦା ମିଳୁଥିଲା । ତେବେ ଦେହ ବ୍ୟବସାୟ ପାଇଁ ନୁହେଁ, ସେମାନଙ୍କ ନୃତ୍ୟ ଓ ଗୀତର କଳା ପାଇଁ ସମ୍ମାନ ମିଳୁଥିଲା । ହେଲେ ଇଂରେଜ ଶାସନ କାଳରେ ଦେହ ବ୍ୟବସାୟ ବ୍ୟାପକ ହେଲା । ଅର୍ଥ ବଳରେ ଇଂରେଜ ଅଧିକାରୀମାନେ ଏହି ନର୍ତ୍ତକୀମାନଙ୍କୁ ନିଜ ବାସଭବନକୁ ନେଇ ଉପଭୋଗ କଲେ । ଆଉ ବଦଳିଗଲା ଦେହ ବ୍ୟବସାୟର ପରିଭାଷା ।

କୋଲକାତା କାହିଁକି ହେଲା ସବୁଠୁ ବଡ଼ ବେପାର ଜାଗା

ଇଂରେଜମାନେ ଯେତେବେଳେ କୋଲକାତାକୁ ନିଜର ରାଜଧାନୀ କରିଥିଲେ ସେତିକି ବେଳେ ସେଠାରେ ବେଶ୍ୟାବୃତ୍ତି ବ୍ୟାପକ ହୋଇଥିଲା । ଯାହା ପ୍ରଭାବ ଆଜିଯାଏ ବ୍ୟାପକ ହୋଇ ରହିଛି । ବର୍ତ୍ତମାନ ଯୁଗରେ ଏହି ବୃତ୍ତିକୁ ସମାଜ ସର୍ବାଧିକ ଘୃଣା କରୁଥିଲେ ମଧ୍ୟ ଏଇ ସମାଜରୁ ହିଁ ତିଆରି ହୋଇଛି ବେଶ୍ୟାଳୟ । ଠିକ୍‌ ନିଜେ ସୁନ୍ଦର ରହି ନିଜ ଘରର ଆବର୍ଜନାକୁ ଯେମିତି ଆମେ ବାହାରେ ପକାଇ ଦେଉଛୁ, ସେହିଭଳି ଆବର୍ଜନା ହେଉଛି ବେଶ୍ୟାଳୟ । କେଉଁଠି ଖୋଲାରେ ତ ଆଉ କେଉଁଠି ଲୁଚାଛପାରେ ଚାଲିଛି ବେଶ୍ୟାବୃତ୍ତି । ହେଲେ ସେମାନେ ବି ମଣିଷ, ସେମାନଙ୍କର ବି ସମସ୍ତଙ୍କ ଭଳି ଜୀବନ ଅଛି । ସେମାନଙ୍କୁ ଦିନରେ ଘୃଣା କରୁଥିବା ଲୋକେ ହୁଏତ ରାତିରେ ଲୁଚିଛପି ତାଙ୍କରି ଘରେ ନିଜ କାମନାର ଭୋକକୁ ମେଣ୍ଟାଉଛନ୍ତି । ସେଥିଲାଗି ତ ଏହି ବୃତ୍ତି ଏବେବି ବଞ୍ଚି ରହିଛି । ହେଲେ ଅତି ଘୃଣ୍ୟ ଭାବରେ ।

INDIA PROS

ସେପଟେ ଅନେକ ଦେଶରେ ଏହାକୁ ଆଇନ୍‌ ସମ୍ମତ କରି ଦିଆଯାଇଛି । ଏହି ବ୍ୟବସାୟ ପର୍ଯ୍ୟଟନ ଶିଳ୍ପର ରୂପ ନେଇ ବେଶ୍‌ ଆୟ କରୁଛି । ଆହୁରି ମଧ୍ୟ ଅନେକ ନାରୀ ପର୍ଣ୍ଣ ଫିଲ୍ମ କରି ପର୍ଣ୍ଣଷ୍ଟାର୍‌ ପାଲଟି ଯାଇଛନ୍ତି । ଏମାନଙ୍କ ଭିତରେ କିଛି ଅଛନ୍ତି ଯେଉଁମାନେ ପରିସ୍ଥିତିରେ ପଡ଼ି ଏହି ପେସାକୁ ଆପଣାଇଛନ୍ତି । ଆଉ କିଛି ଖୁସିରେ ଏହାକୁ ପେସା ଭାବେ ଗ୍ରହଣ କରିଛନ୍ତି । ଅବଶ୍ୟ ସେମାନଙ୍କ ସଂଖ୍ୟା କମ୍‌ ।
ଥରେ ସେମାନଙ୍କ ଜାଗାରେ ନିଜକୁ ରଖି ଚିନ୍ତା କରନ୍ତୁ ତ ଦେଖି, ନିଶ୍ଚୟ ସେମାନଙ୍କ ପ୍ରତି ଆପଣଙ୍କ ଦୃଷ୍ଟିଭଙ୍ଗୀ ବଦଳିଯିବ । ହେଲେ ସମାଜର ଆଗ୍ରହରୁ ଜନ୍ମ ନେଇଥିବା ଏଇ ବୃତ୍ତିକୁ କେବଳ ମାନସିକତା ଓ ଇଚ୍ଛାଶକ୍ତି ଦ୍ୱାରା ହିଁ ବଦଳା ଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.