ଆଜି ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ସଂସ୍କାର ଓ ବିଭିନ୍ନ ପ୍ରସଙ୍ଗରେ ହେବ ଆଲାଚନା ହେବ ଆଲୋଚନା

ଆଜି ପୁରୀରେ ବସୁଛି ଛତିଶା ନିଯୋଗ ବୈଠକ। ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି, ସୂର୍ଯ୍ୟପରାଗ ଏବଂ ନୂଆବର୍ଷ ନୀତିକାନ୍ତି ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯିବ। ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ସମସ୍ତ ନିଯୋଗର ସଦସ୍ୟ ଯୋଗଦେବେ। ଗତ ସୋମବାରଠାରୁ ପହିଲି ଭୋଗ ନୀତି ଚୁଡାନ୍ତ ହୋଇଥିଲେ ମଧ୍ୟ ଛତିଶା ନିଯୋଗ ବୈଠକରେ ଏହା ଉପରେ ଆଲୋଚନା କରାଯିବ। ସେହପରି ନୂଆବର୍ଷରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରକୁ ଆସିବାକୁ ଥିବାରୁ ଠାକୁରଙ୍କ ନୀତିକାନ୍ତି ଏବଂ ଦର୍ଶନ ବ୍ୟବସ୍ଥା ନେଇ ତର୍ଜମା କରାଯିବ। ଏଥିସହ ଆସନ୍ତା ଜାନୁୟାରୀ ୮ ତାରିଖରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶ୍ରୀମନ୍ଦିର ସଂସ୍କାର ମାମଲା ଉପରେ ମଧ୍ୟ ଆଲୋଚନା ହୋଇପାରେ। ଏସବୁ ଦୃଷ୍ଟିରୁ ଛତିଶା ନିଯୋଗ ବୈଠକ ବୈଶ୍‌ ଗୁରୁତ୍ୱ ରଖୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.