ପୃଥିବୀରେ ଗୋଟିଏ ଦିନ ୨୪ ଘଣ୍ଟା ନୁହେଁ, ପ୍ରକୃତରେ କେତେ ସମୟ ଜାଣନ୍ତି କି?

ପୃଥିବୀ ସୌରମଣ୍ଡଳର ଏକମାତ୍ର ଏମିତି ଗ୍ରହ, ଯେଉଁଠି ଜୀବଜଗତ ତିଷ୍ଠି ରହିଛି। ପୃଥିବୀର ଘନତ୍ୱ ପୂରା ସୌରମଣ୍ଡଳରେ ସବୁଠାରୁ ଅଧିକ। ଆସନ୍ତୁ ଜାଣିବା ପୃଥିବୀ ବିଷୟରେ କିଛି ରୋଚକ ତଥ୍ୟ।

୧. ପୃଥିବୀକୁ ସୂର୍ଯ୍ୟଙ୍କ ଠାରୁ ଶକ୍ତି ମିଳିଥାଏ ଆଉ ଏହି ଶକ୍ତି ପୃଥିବୀର ଉପରିଭାଗକୁ ଗରମ କରିଥାଏ।

୨. ସୂର୍ଯ୍ୟଙ୍କ କିରଣର କିଛି ଅଂଶ ପୃଥିବୀ ଏବଂ ସମୁଦ୍ର ଉପରି ଭାଗରେ ଉତ୍ତାପ ପହଞ୍ଚାଇ ବାୟୁମଣ୍ଡଳରେ ବଦଳି ଯାଇଥାଏ।

ea1

. ପୃଥିବୀ ଆକାରରେ ୫ମ ବୃହତ୍ତମ ଗ୍ରହ।

୪. ପୃଥିବୀକୁ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରିବା ପାଇଁ ଲାଗୁଥିବା ସମୟକୁ ସୌର ବର୍ଷ କୁହାଯାଏ।

୫. ଆକାର ଏବଂ ଢାଞ୍ଚାରେ ପୃଥିବୀ ଶୁକ୍ର ଭଳି ଦେଖାଯାଏ।

୬. ପୃଥିବୀର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର।

ea4

୭. ପୃଥିବୀ ନିଜ ଅକ୍ଷପଥରେ ପଶ୍ଚିମରୁ ପୂର୍ବ ଆଡ଼କୁ ୧୬୧୦ କିଲୋମିଟର ପ୍ରତିଘଣ୍ଟା ଘୂର୍ଣ୍ଣନ କରିଥାଏ।

୮. ପୃଥିବୀ ନିଜ ଅକ୍ଷପଥରେ ୨୩ ଘଣ୍ଟା ୫୬ ମିନିଟ୍‌ ଏବଂ ୪ ସେକେଣ୍ଡରେ ଗୋଟିଏ ଘୂର୍ଣ୍ଣନ ସମ୍ପୂର୍ଣ୍ଣ କରିଥାଏ, ଯଦ୍ଦ୍ଵାରା ଦିନ ଏବଂ ରାତି ହୋଇଥାଏ।

୯. ସୂର୍ଯ୍ୟଙ୍କ ପରେ ପୃଥିବୀର ସବୁଠାରୁ ନିକଟତମ ତାରା ପ୍ରକ୍ସିମା ସେଞ୍ଚୁରୀ।

୧୦. ପୃଥିବୀର ସବୁଠାରୁ ଉପରି ପୃଷ୍ଠରେ ମହାସାଗର ଏବଂ ମହାଦ୍ୱୀପ ରହିଛି।

ea8

୧୧. ପୃଥିବୀର ପ୍ରଥମ ପରସ୍ତର ନିର୍ମାଣ ସିଲିକନ୍‌ ଏବଂ ଆଲୁମିନିୟମ୍‌ ଧାତୁରୁ ହୋଇଛି।

୧୨. ପୃଥିବୀର ହାରାହାରି ଘନତ୍ୱ ୫.୫ ଗ୍ରାମ ପ୍ରତି ଘନ ସେମି ଅଟେ।

୧୩. ସମୁଦ୍ର ପତ୍ତନଠାରୁ ପୃଥିବୀର ସର୍ବାଧିକ ଉଚ୍ଚତା ୮,୮୪୮ ମିଟର।

୧୪. ପୃଥିବୀର ଆନୁମାନିକ ଆୟୁ ୪୬୦ କୋଟି ବର୍ଷ ଅଟେ।

୧୫. ସୂର୍ଯ୍ୟଙ୍କ ଠାରୁ ଆଲୋକ ଆସି ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିବାରେ ୮ ମିନିଟ୍‌ ୧୮ ସେକେଣ୍ଡ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.