Below header

ଆସନ୍ତା ୨୦ରୁ ଥରାଇବ ଶୀତ, ପାଣିପାଗ ବିଭାଗର ସୂଚନା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ଆସନ୍ତା ୨୦ରୁ ଥରାଇବ ଶୀତ। ପାଣିପାଗ ବିଭାଗର ସୂଚନା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ। ଥଣ୍ଡା ପବନ ବହିିବା ସହ ଅଧିକାଂଶ ଜିଲ୍ଲାରେ ଦେଖିବାକୁ ମିଳିବ ଘନ କୁହୁଡି। ୫୦ ମିଟର ଯାଏଁ ରାସ୍ତା ଠିକ ଭାବେ ଦୃଶ୍ୟମାନ ହେବନାହିଁ । ଏହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୦ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ୟେଲୋଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ,ଢେଙ୍କାନାଳ,କଳାହାଣ୍ଡି,ରାୟଗଡା,ବଲାଙ୍ଗୀର,ଅନୁଗୁଳ,କେଉଁଝର,କଟକ,କୋରାପୁଟ ଓ କନ୍ଧମାଳ । ଏହି ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାମାନଙ୍କରେ କୁହୁଡି ଲାଗି ରହିବ । ଉତ୍ତରରୁ ଥଣ୍ଡା ପବନ ବୋହିବା ଯୋଗୁଁ ରାଜ୍ୟରେ ଥଣ୍ଡା ବଢିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.