Below header

ମଣିଷ ଏମିତି ଶିଖିଥିଲା ପାଦରେ ଚାଲିବାର କୌଶଳ, ବୈଜ୍ଞାନିକମାନେ କହିଲେ ଅଜବ କାହାଣୀ

ମାନବର ଉତ୍ପତ୍ତି କେମିତି ହୋଇଥିଲା, ତାହାକୁ ନେଇ ଅନେକ କାହାଣୀ ସାମ୍ନାକୁ ଆସିସାରିଛି। କିନ୍ତୁ ଏହାର ସଠିକ୍‌ ତଥ୍ୟ ଆଜି ବି ଏକ ବଡ଼ ପହେଲି ହୋଇ ରହିଛି। ଏହାଛଡ଼ା ମଣିଷର ଚାଲିବା କଳାକୁ ନେଇ ମଧ୍ୟ ଅନେକ ବୁଦ୍ଧିଜୀବୀ ଅନେକ ପ୍ରକାର ଦାବି କରିସାରିଛନ୍ତି। କିନ୍ତୁ ଏବେ ଏବେ ବୈଜ୍ଞାନିକମାନେ ମନୁଷ୍ୟର ଦୁଇଟି ଗୋଡ଼ରେ ଚାଲିବାର କଳାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି।

mon3

ସେମାନଙ୍କ କହିବା ଅନୁସାରେ, ଡେନ୍ୟୁବିୟସ୍‌ ଗୁଗେନ୍‌ମୋସି ନାମକ ଏକ ପ୍ରଜାତିର ବାନରଠାରେ ମନୁଷ୍ୟର ପାଖାପାଖି ସମସ୍ତ ଗୁଣ ଭରିରହିଥିଲା। ରିସର୍ଚ୍ଚରୁ ଜଣାପଡ଼ିଥିଲା, ଡେନ୍ୟୁବିୟସ୍‌ ସିଧା ଛିଡ଼ା ହୋଇ ଦୁଇଟି ଗୋଡ଼ ସାହାଯ୍ୟରେ ଚାଲିପାରୁଥିଲା। ଏହାସହ ଗଛ ଉପରେ ଡିଅାଁଡେଇଁ କରିବା ସମୟରେ ନିଜର ଦୁଇ ହାତ ଏବଂ ଦୁଇ ଗୋଡ଼କୁ ଭଲ ଭାବେ ବ୍ୟବହାର କରୁଥିଲା। ସିଧା ଛିଡ଼ା ହୋଇ ମଣିଷଙ୍କ ଭଳି ଚାଲୁଥିବା ଏହି ବାନର ଥିଲା ସବୁଠାରୁ ପୁରାତନ ପ୍ରଜାତି।

mon11

ବୈଜ୍ଞାନିକମାନେ ଦାବି କରିଛନ୍ତି, ଦୁଇଟି ଗୋଡ଼ରେ ଚାଲିବାର କଳା ମଣିଷ ଏବଂ ମାଙ୍କଡ଼ଙ୍କ ପୂର୍ବଜଙ୍କଠାରୁ ସୃଷ୍ଟି ହୋଇଛି। ଆଜି ପଯ୍ୟର୍ନ୍ତ ଏହା ବିଶ୍ୱାସ କରାଯାଉଥିଲା ଯେ ୬୦ ଲକ୍ଷ ବର୍ଷ ପୂର୍ବେ ପୁଚିମ୍ପେଞ୍ଜି ନାମକ ଜୀବ ଦୁଇଟି ଗୋଡ଼ରେ ଚାଲିବା ଆରମ୍ଭ କରିଥିଲା। ଏହାପରେ ମଣିଷ ସିଧା ଛିଡ଼ା ହେବା ପୂର୍ବରୁ ନଇଁକି ଚାଲିବା ଶିଖିଥିଲା। କିନ୍ତୁ ଡେନ୍ୟୁବିୟସ୍‌ ଏହି କଳାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.