ଘନ କୁହୁଡି ଯୋଗୁ କୁକୁଡା ବୋଝେଇ ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରୁ ଛୁଆଠୁ ବୁଢା ସବୁ ବୋହି ନେଲେ..

ଘଟଗାଁ : ଦୁର୍ଘଟଣାଗ୍ରସ୍ତ ପିକ ଅପ ଭ୍ୟାନରୁ ବ୍ରଏଲର କୁଡୁଡା ଲୁଟି ନେଲେ ଲୋକେ । ଘଟଗାଁ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ରେଙ୍ଗାଳବେଡା ନିକଟରେ ହୋଇଛି ଦୁର୍ଘଟଣା । ରାସ୍ତା କଡରେ ଠିଆ ହୋଇଥିବା ଏକ ବ୍ରଏଲର କୁକୁଡା ବୋଝେଇ ପିକଅପ ଭ୍ୟାନକୁ ୧୨ ଚକିଆ ଟ୍ରକ ପଛରୁ ଧକ୍କା ଦେଇଥିଲା । ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହାପରେ ଦୁର୍ଘଟଣାଗ୍ରସ୍ତ ପିକଅପ ଭ୍ୟାନରୁ କୁକୁଡା ବୋହି ନେଇଥିଲେ ଲୋକ। ଛୁଆଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଲାଗିପଡିଥିଲେ କୁକୁଡା ବୁହାରେ। ଯିଏ ଯେତିକି ପାରିଲା ବୋହିନେଲେ। ତୁରୁମୁଙ୍ଗା ପୋଲିସ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.