ଆତିଫ୍‌ ଅସଲମ୍‌ ପୁଣିଥରେ ହେଲେ ବାପା, ଫ୍ୟାନ୍‌ମାନଙ୍କ ସହ ଶେୟାର କଲେ ନବଜାତକର ପ୍ରଥମ ଫଟୋ

ପାକିସ୍ତାନୀ ସିଙ୍ଗର ଆତିଫ୍‌ ଅସଲମ୍‌ଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର। ଆତିଫ୍‌ ପୁଣିଥରେ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ସାରା ଭରବାନା କିଛି ଦିନ ପୂର୍ବରୁ ଏକ ସନ୍ତାନ ଜନ୍ମ ଦେଇଥିଲେ। ଏବେ ଏହି କପୁଲ୍‌ ତାଙ୍କ ନବଜାତକଙ୍କ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରି ଏ ବାବଦରେ ସୂଚନା ଦେଇଛନ୍ତି। ନିଜ ପିଲାର ଫଟୋକୁ ଶେୟାର କରି ଆତିଫ୍‌ ଏକ ସୁନ୍ଦର କ୍ୟାପ୍‌ସନ ମଧ୍ୟ ଲେଖିଛନ୍ତି।

a44

ଦିଲ୍‌ ଦିୟା ଗଲ୍ଲା ସିଙ୍ଗର ଆତିଫ୍‌ କ୍ୟାପ୍‌ସନରେ ଲେଖିଛନ୍ତି, ‘ଭାଇ ଓ ଭଉଣୀମାନେ, ଆମ ଘରକୁ ନୂଆ ଅତିଥି ଆସିଛନ୍ତି। ମା’ ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି। ଆପଣମାନଙ୍କ ଆଶୀର୍ବାଦ ଦରକାର। ମାଶାଅଲ୍ଲାହ କହିବାକୁ ଭୁଲିବେ ନାହିଁ’। ଫଟୋରେ ଶିଶୁଟି ଟୋପି ଏବଂ କୋଜି କପଡ଼ା ପିନ୍ଧିଥିବା ନଜର ଆସିଛି। ପାଖରେ ଏକ ବଡ଼ ଟୟ ମଧ୍ୟ ଅଛି।

a5

ଫଟୋକୁ ଦେଖି ଫ୍ୟାନ୍‌ମାନେ ଆତିଫଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ପ୍ରଥମେ ସିଙ୍ଗର ଷ୍ଟେବିନ୍‌ ବେନ୍‌ ଓ ଆକ୍ଟର ଆୟୁଷ ଶର୍ମା ତାଙ୍କୁ ବାପା ହେବାର ଶୁଭେଚ୍ଛା ଜଣାଇଛନ୍ତି। ଆତିଫ୍‌ ଓ ସାରା ୨୦୧୩ରେ ବିବାହ କରିଥିଲେ। ଏହି କପୁଲ୍‌ଙ୍କର ଆଉ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି, ତା’ର ନାଁ ଅହାଦ୍‌ ଆତିଫ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.