କ୍ଷୀର ବଦଳରେ ଏହି ଉପାୟରେ ଶରୀରକୁ ଦିଅନ୍ତୁ କ୍ୟାଲସିୟମ

ବିଭିନ୍ନ ପ୍ରକାର ଭିଟାମିନ, ମିନେରାଲ, ପୋଟାସିୟମ ଓ କ୍ୟାଲସିୟମରେ ପରିପୂର୍ଣ କ୍ଷୀର ଆମ ଶରୀର ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଶରୀରର କ୍ୟାଲସିୟମ ମାତ୍ରାକୁ କ୍ଷୀର ତଥା କ୍ଷୀର ଜାତ ପଦାର୍ଥ ହିଁ ପୂରଣ କରିଥାଏ । କିନ୍ତୁ ଦେଖାଯାଏ ଅଧିକାଂଶ ପିଲା କ୍ଷୀର ପିଇବାକୁ କି କ୍ଷୀର ଜାତ ପଦାର୍ଥ ଗୁଡିକ ଖାଇବାକୁ ସେତେଟା ପସନ୍ଦ କରି ନଥାନ୍ତି । ତେଣୁ ବାପା ମା’ ମାନେ ଚିନ୍ତାରେ ପଡିଯାନ୍ତି ଯେ ପିଲାଙ୍କ ଶରୀରର କ୍ୟାଲସିୟମ ମାତ୍ରାକୁ କେଉଁ ଉପାୟରେ ପୂରଣ କରାଯାଇପାରିବ । କ୍ଷୀର ବଦଳରେ ଏହି ସବୁ ଜିନିଷ ଖାଇଲେ ମଧ୍ୟ ଶରୀରର କ୍ୟାଲସିୟମ ଆବଶ୍ୟକତାକୁ ସହଜରେ ପୂରଣ କରାଯାଇପାରିବ ।

-ପ୍ରତିଦିନ ୪ ରୁ ୫ଟି ଲେଖାଏଁ ବାଦାମ ଖାଇଲେ ଶରୀରର କ୍ୟାଲସିୟମ ଆବଶ୍ୟକତା ପୂରଣ କରିବା ସହ ଶୀତ ଦିନେ ଥଣ୍ଡା ପ୍ରକୋପରୁ ମଧ୍ୟ ରକ୍ଷା କରିଥାଏ |

beans

-ଏହାବାଦ ଏଥିରେ ପୋଟାସିୟମ, ଭିଟାମିନ, ଆଇରନ ମାତ୍ରା ଭରପୁର ମାତ୍ରାରେ ଥାଏ ।

-ଶୀତ ଦିନେ ପ୍ରଚୁର ପରିମାଣରେ ମିଳୁଥିବା ବିନ୍ସରେ ମଧ୍ୟ ପ୍ରଚୁର ପରିମାଣରେ କ୍ୟାଲସିୟମ ଥାଏ । ମାଂସପେଶୀକୁ ମଜବୁତ କରିବା ସହ ପାଚନ କ୍ରିୟାକୁ ମଧ୍ୟ ମଜବୁତ କରିଥାଏ ।

orange juice

-ଶୀତ ଦିନର ଅନ୍ୟତମ ମୁଖ୍ୟ ଫଳ କମଳାରେ ମଧ୍ୟ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ ।

-ଏହା ବାଦ ଅନ୍ୟ ତେଲ ତୁଳନାରେ ରାଶି ତେଲ ବ୍ୟବହାର କଲେ ବା ପ୍ରତିଦିନ ରାଶି ଲଡୁ ସେବନ କଲେ ହାଡ ମଜବୁତ ହେବା ସହ ଶରୀରକୁ ଶକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.