ଦିଲ୍ଲୀ : ୧୩ ଲକ୍ଷ ଟଙ୍କାର କରଜ ଶୁଝି ପାରିଲେ ନାହିଁ । ଶେଷରେ ନିଜ ପତ୍ନୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ ଦିଲ୍ଲୀ ଦ୍ୱାରକା ଅଞ୍ଚଳର ଜଣେ ବ୍ୟକ୍ତି । ସୁଦେଶ ନାମକ ଏହି ବ୍ୟକ୍ତ ପେସାରେ ଜଣେ ଇଞ୍ଜିନିୟର । ତାଙ୍କ ଉପରେ ୧୩ ଲକ୍ଷ ଟଙ୍କାର ଋଣ ଥିଲା । ସେ ଡିପ୍ରେସନ୍ରେ ଥିଲେ ବୋଲି ମୋତି ନଗରର ଏକ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ କୌଣସି କାରଣରୁ ଗତକାଲି ସୁଦେଶ ନିଜ ପତ୍ନୀକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ । ପୋଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।