ସାଧାରଣତଃ ସୋସିଆଲ ମିଡିଆରେ ସେୟାର କରାଯାଉଥିବା ସମସ୍ତ ଫଟୋ, ଭିଡିଓ କିମ୍ବା ନ୍ୟୁଜ ସତ ହୋଇନଥାଏ । ଆଜିକାଲି ଏପରି ଫେକ ନ୍ୟୁଜ ଭାଇରଲ ହେବା ଏକ ସାଧାରଣ କଥା ହୋଇଗଲାଣି । ତେବେ ଏହିପରି ସୋସିଆଲ ମିଡିଆରେ ଫେକ ଭିଡିଓ ଭାଇରଲ କରିବାର ଶିକାର ହୋଇଛନ୍ତି ଦୁନିଆର ପ୍ରଥମ ମହିଳା ଆଇପିଏସ କିରଣ ବେଦୀ । ନିକଟରେ କିରଣ ବେଦୀ ଟ୍ୱିଟରରେ ଏକ ଭିଡିଓ ସେୟାର କରି ବିବାଦରେ ଆସିଯାଇଛନ୍ତି । ଏହି ଭିଡିଓକୁ ନେଇ ୟୁଜର୍ସମାନେ ତାଙ୍କର ମଜାକ ଉଡାଉଛନ୍ତି ଏବଂ ଆପଣ ସିଭିଲ ସର୍ଭିସ ପରୀକ୍ଷା କିପରି ପାସ କଲେ ବୋଲି ପ୍ରଶ୍ନ କରିଛନ୍ତି ।
— Kiran Bedi (@thekiranbedi) January 4, 2020
ସୂଚନା ଅନୁଯାୟୀ କିରଣ ବେଦୀ ନିକଟରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଦାବି କରାଯାଇଥିଲା ଯେ ନାସା ସୂର୍ଯ୍ୟଙ୍କଠାରୁ ଆସୁଥିବା ଧ୍ୱନିକୁ ରେକର୍ଡ କରିଛି ଏବଂ ସୂର୍ଯ୍ୟ ଓଁ ର ଉଚ୍ଚାରଣ କରିଥାନ୍ତି । ଏହି ଭିଡିଓ ସେୟାର ହେବାପରେ ୟୁଜର୍ସମାନେ କିରଣ ବେଦୀଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଅନେକ ଲୋକ ତ ଏପରି କହିଛନ୍ତି ଯେ କିରଣ ବେଦୀ ଆଇଟି ସେଲର ହ୍ଵାଟ୍ସଆପ ଗ୍ରୁପ ଜଏନ କରିଛନ୍ତି ।
Indian Constitution
Fundamental Duties (Article 51A)
It shall be the duty of every citizens of India-
(h) to develop the scientific temper, humanism and the spirit of inquiry and reform.पता नहीं आपने सिविल सर्विस की परीक्षा कैसे पास की थी. शर्म आती है हमें.
— Prof. Dilip Mandal (@Profdilipmandal) January 4, 2020
ସୂଚନା ଅନୁଯାୟୀ ନାସା 2018 ମସିହା ଜୁଲାଇ 25 ତାରିଖରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଥିଲା । ଏହି ଭିଡ଼ିଓର କ୍ୟାପ୍ସନ ଥିଲା Sounds of the Sun । ଏହି ଭିଡିଓକୁ ଆପଣ ଶୁଣିପାରିବେ । କିରଣ ବେଦୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓକୁ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ଏହି ଭିଡିଓକୁ ଏଡିଟ କରାଯାଇଛି ଏବଂ ଏଥିରେ ଓଁ ର ଅଡିଓ ଟ୍ରାକ ଦିଆଯାଇଛି । ଅସଲି ଭିଡିଓରେ ଆପଣ କେବଳ ଗୋଟିଏ ସାଉଣ୍ଡ ଶୁଣିପାରିବେ ଯାହାକି ଜୋରରେ ବହୁଥିବା ପବନର ଶବ୍ଦ ପରି ଶୁଣାଯାଉଛି । ଏହାସହିତ ନାସା ଆଜିପର୍ଯ୍ୟନ୍ତ ଆଧିକାରୀକ ଭାବେ କେବେ ବି କହିନାହିଁ ଯେ ସୂର୍ଯ୍ୟ ଓଁ ଉଚ୍ଚାରଣ କରିଥାନ୍ତି ବୋଲି ।