Below header

ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଏଠି ମାଟି ତଳେ ଘର କରି ରହନ୍ତି ଲୋକେ

ଆପଣ ଅନେକ ସମୟରେ ଆଈ ମା’ କାହାଣୀରୁ ପାତାଳ ଲୋକ ବିଷୟରେ ଶୁଣିଥିବେ । କିନ୍ତୁ ଆପଣ ହୁଏତ ଜାଣି ନଥିବେ ଯେ ଆଜି ବି ପୃଥିବୀ ପୃଷ୍ଠରେ ବି ଗୋଟେ ପାତାଳ ଲୋକ ଅଛି ବୋଲି । ଏମିତିକି ଏଠି ଲୋକେ ମାଟି ତଳେ ଘର କରି ରହିଥାନ୍ତି | ଏହା ପଛର କାରଣ ବି ବେଶ ରୋଚକ ପୂର୍ଣ୍ଣ । ଏହି ସ୍ଥାନଟି ଆଫ୍ରିକା ମହାଦେଶର ଟ୍ୟୁନିସିଆର ଏକ ଗାଁରେ ହିଁ ଅଛି । ଏଠିକା ଲୋକେ ଆଜି ବି ଶହ ଶହ ବର୍ଷ ପୁରୁଣା ଘରେ ବାସ କରୁଛନ୍ତି । ଏହି ଘର ଗୁଡିକ ମାଟି ତଳେ ହିଁ ତିଆରି ହୋଇଛି । ଏହି ଅଣ୍ଡରଗ୍ରାଉଣ୍ଡ ଗାଁକୁ ‘ତିଜମା’ ଭାବେ ଜଣା ଯାଏ ।

୧୦୦ ବର୍ଷ ପୂର୍ବରୁ ତିଆରି ହୋଇଥିବା ଘର ମାନଙ୍କରେ ଲୋକେ ନିଜ ସୁଖ ସୁବିଧା ପାଇଁ ବିଭିନ୍ନ ଆଧୁନିକ ଉପକରଣ ଗୁଡିକର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏଠିକା ବାସିନ୍ଦା ସାଧାରଣତଃ ଆଖପାଖ ଅଞ୍ଚଳରେ ଚାଷ ବାସ କରି ନିଜ ପେଟ ପୋଷିଥାନ୍ତି । ଅଞ୍ଚଳର କିଛି ଲୋକ ସ୍ଥାନ ଛାଡ଼ି ସାହାରାଭିମୁଖୀ ମଧ୍ୟ ହେଉଛନ୍ତି । କିନ୍ତୁ ଯେଉଁମାନେଏଯାବତ ନିଜ ସଂସ୍କୃତି ଓ ପରମ୍ପରା କୁ ଛାଡ଼ି ପାରନ୍ତି ନାହିଁ କେବଳ ସେହିମାନେ ହିଁ ଏହିଠାରେ ରହୁଛନ୍ତି । ଖାଲି ସେତିକି ନୁହେଁ ଏହି ସ୍ଥାନକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମଧ୍ୟ ମିଳିଛି ।

africa

ଛୁଟି ଦିନ ମାନଙ୍କରେ ଏଠାକୁ ପର୍ଯ୍ୟଟକମାନେ ବୁଲି ବାକୁ ମଧ୍ୟ ଆସିଥାନ୍ତି । ଆଫ୍ରିକାର ମହାଦେଶରେ ବର୍ଷର ଅଧିକାଂଶ ସମୟରେ ବହୁଥିବା ଅତି ଗରମ ପବନରୁ ରକ୍ଷା ପାଇବା ପାଇଁ ହିଁ ଏଠିକା ପୂର୍ବ ପୁରୁଷ ମାନେ ଭୂମି ତଳେ ଘର ତିଆରି କରି ରହିବାର ବିକଳ୍ପ ଚିନ୍ତା କରିଥିଲେ । ଏହି ଘର ଗୁଡିକୁ ଏମିତି ଭାବେ ତିଆରି କରାଯାଇଛି କି ଯାହାଦ୍ୱାରା ଏଠିକୁ ସହଜରେ ପବନ ଯା’ ଆସ ମଧ୍ୟ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.