ନୂଆଦିଲ୍ଲୀ : ହରିଆଣାରେ ଏକ କାର୍ ଦୁର୍ଘଟଣା ଘଟିଛି । ହରିଆଣା ଯମୁନା ନଗରଠରେ ଅତି ଦ୍ରୁତ ଗତିରେ ଆସୁଥିବା ଏହି କାର୍ଟି ପ୍ରଥମେ ରାସ୍ତା ଉପରେ ଜଣେ ସାଇକେଲ ଚାଳକ ଓ ଜଣେ ବାଇକ୍ ଚାଳକକୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାର୍କୁ ଖୁବ୍ ଜୋର୍ରେ ଧକ୍କା ଦେଇଥିଲା । ଏହାର ସିସିଟିଭି ଦୃଶ୍ୟକୁ ଦେଖଇଲେ ଜଣାପଡୁଛି ଯେ କାର୍ ଚାଳକ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହରାଇ ଏଭଳି ଦୁର୍ଘଟଣା ଘଟାଇଛନ୍ତି । ଏଥଇରେ ୫ ଜଣ ଆହତ ହୋଇଛନ୍ତି । ପୋଲିସ୍ ଘଟଣାର ତଦନ୍ତ କରୁଛି ।
#WATCH Haryana: A speeding car hits a cycle, a motorcycle and a parked car on a road in Yamuna Nagar, 5 people injured. Police have begun investigation. (11.1.20) pic.twitter.com/b52Qz3whNQ
— ANI (@ANI) January 12, 2020