ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡ଼ିର ସାଇ ମନ୍ଦିର ବନ୍ଦ! ବାବାଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ବନ୍ଦ ଡାକରା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ

ମୁମ୍ବାଇ : କୋଟି କୋଟି ସାଇ ଭକ୍ତଙ୍କୁ ଝଟକା । ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଶିରିଡ଼ିର ସାଇବାବାଙ୍କ ମନ୍ଦିର। ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ବନ୍ଦ ଡାକରା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପର୍‌ଭଣୀର ପଥ୍ରୀକୁ ସାଇବାବାଙ୍କ ଜନ୍ମସ୍ଥାନ ବୋଲି କହିବା ପରେ ଏହାକୁ ନେଇ ଉଠିଛି ବିବାଦ। ପ୍ରତିବାଦ କରିଛି ସାଇବାବା ସଂସ୍ଥାନ ଟ୍ରଷ୍ଟ। ଏନେଇ ଆଜି ସଂଧ୍ୟାରେ ଶିରିଡ଼ି ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ଗ୍ରାମବାସୀଙ୍କ ସହ ଆଲୋଚନା ପରେ କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମନ୍ଦିର ବନ୍ଦ କରାଯିବ ବୋଲି ଟ୍ରଷ୍ଟର ସଦସ୍ୟ ବି. ୱାକ୍‌ଚୁରେ କହିଛନ୍ତି।

SHIRDI saiତେବେ ଶିରିଡ଼ି ଆସୁଥିବା ଶ୍ରଦ୍ଧାଳୁ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ଧ୍ୟାନ ଦିଆଯିବ। ଶିରିଡ଼ି ସାଇବାବାଙ୍କ ସମାଧି ପ୍ରଶାସନ ଏହି ନିଷ୍ପତ୍ତି ଗ୍ରହଣ କରିିଛି। ଏହାସହ ପଥ୍ରୀକୁ ସାଇବାବାଙ୍କ ଜନ୍ମସ୍ଥାନ ଦର୍ଶାଇ ଏହାର ବିକାଶ ପାଇଁ ଦେବେନ୍ଦ୍ର ଫଡନଭିସଙ୍କ ଶହେ କୋଟି ଟଙ୍କାର ମଞ୍ଜୁରୀକୁ ମଧ୍ୟ ବିରୋଧ କରିଛି ଟ୍ରଷ୍ଟ।

Leave A Reply

Your email address will not be published.