ବଲିଉଡ୍ର ଛୋଟେ ନଓ୍ଵାବ୍ ସୈଫ୍ ଅଲ୍ଲୀ ଖାନ୍ ଓ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚାବାଲାଙ୍କ ଜବାନୀ ଜାନେମନର ଆଉ ଏକ ଗୀତ ଓଲେ ଓଲେ ୨.୦ ରିଲିଜ୍ ହୋଇଛି। ଏହି ଗୀତ ୧୯୯୪ ମସିହାରେ ରିଲିଜ୍ ହୋଇଥିବା ସେଫ୍ ଅଲ୍ଲୀ ଖାନ୍ଙ୍କ ଫିଲ୍ମ ୟେ ଦିଲ ଲଗିର ଟାଇଟଲ୍ ଗୀତର ରିମିକ୍ସ। ଗୀତରେ ସୈଫ ଖୁବ୍ ଫନି ଅବତାରରେ ନଜର ଆସିଛନ୍ତି। ଗୀତର ସ୍ୱର ସଂଯୋଜନା କରିଛନ୍ତି ଶବ୍ଦୀର ଅହମ୍ମଦ।
ଫିଲ୍ମରେ ତବୁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଜବାନୀ ଜାନେମନରେ ଆଲିଆ ସୈଫ୍ ଓ ତବୁଙ୍କ ଝିଅ ଭାବେ ନଜର ଆସିବେ। ଆସନ୍ତା ୩୧ ତାରିଖରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ। ଫ୍ୟାନ୍ମାନେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିବା ଜଣାଯାଇଛି। ପୂର୍ବରୁ ଲୋକମାନେ ଫିଲ୍ମର ପୋଷ୍ଟର ଓ ଟ୍ରେଲରକୁ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି।
Video Courtesy: Tips Official
ସୂଚନାଯୋଗ୍ୟ ଯେ ସୈଫଅଲ୍ଲୀ ଖାନ୍ ପୂର୍ବରୁ ଅଜୟ ଦେବଗନ୍ଙ୍କ ସହ ତାନାଜୀ: ଦ ଅନ୍ସଙ୍ଗ୍ ଓ୍ଵାରିୟରରେ ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସ୍ରେ ହିଟ୍ ହେବା ସହ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଫିଲ୍ମ ସହ ଦୀପିକାଙ୍କ ଫିଲ୍ମ ଛପାକ ରିଲିଜ୍ ହୋଇଥିଲେ ମଧ୍ୟ ଛପାକ୍ ଏତେଟା ରୋଜଗାର କରିପାରିନଥିବା ଜଣାଯାଇଛି।