ଚନ୍ଦ୍ରାୟନ-୨ ପରେ ଚନ୍ଦ୍ରାୟନ-୩ ଚନ୍ଦ୍ରକୁ ପ୍ରେରଣ କରାଯିବା ନେଇ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ : କେ. ଶିବନ୍‌

ବେଙ୍ଗାଲୁରୁ(କେନ୍ୟୁଜ୍): ଚନ୍ଦ୍ରାୟନ-୨ ପରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୩ ଚନ୍ଦ୍ରକୁ ପ୍ରେରଣ କରାଯିବ । ତେବେ ଏନେଇ ପୂର୍ବରୁ ଇସ୍ରୋ ମୁଖ୍ୟ କେ. ଶିବନ୍‌ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଚନ୍ଦ୍ରାୟନ-୨ ର ୯୫% ସଫଳ ପରେ ଚନ୍ଦ୍ରାୟନ-୩ ପୁଣି ପ୍ରେରଣ କରାଯିବ। ଚନ୍ଦ୍ରାୟନ-୩ର ପ୍ରସ୍ତୁତି ଆରମ୍ଭ ହୋଇଥିବା ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ଏହା ଅଧିକ ଜ୍ଞ୍ୟାନ କୌଶଳ ଏବଂ ନିଶ୍ଚିତ ଭାବେ ଶତ ପ୍ରତିଶତ ସଫଳ ହେବ ବୋଲି ସୂଚନା ଦେଇଛନ୍ତି। ଏଥି ସହ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଚନ୍ଦ୍ରାୟନ-୩ ର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଏହା ଚନ୍ଦ୍ରାୟନ-୨ ଭଳି କିନ୍ତୁ କେତେଟା ପରିବର୍ତ୍ତନ କରାଯାଇଛି । ଚନ୍ଦ୍ରାୟନ-୨ରେ ଆର୍ବିଟର, ଲେଣ୍ଡର ଏବଂ ରୋଭର ଥିବା ବେଳେ ଚନ୍ଦ୍ରାୟନ-୩ ରେ କେବଳ ଲେଣ୍ଡର ଓ ରୋଭର ରଖାଯାଇଛି । ଚନ୍ଦ୍ରାୟନ-୩ ର ଲାଣ୍ଡର ଏବଂ କ୍ରପ୍ଟର ନିର୍ମାଣ ପାଇଁ ପାଖା ପାଖି ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସମ୍ପୂର୍ଣ୍ଣ ପରେ ଏହା ଏହାର ମୋଟ ଖର୍ଚ୍ଚ ୩୫୦ ହେବ ବୋଲି ସୂଚନା ଦେଇଛନ୍ତି କେ. ଶିବନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.