ଶସ୍ତାରେ କିଣନ୍ତୁ 5G ସ୍ମାର୍ଟଫୋନ, ଜାଣନ୍ତୁ କେତେ ରହିଛି ଦାମ୍‌

ଯଦି ଆପଣ ନୂଆବର୍ଷରେ 5G ସ୍ମାର୍ଟଫୋନ କିଣିବା ପାଇଁ ଇଛା କରୁଛନ୍ତି ତେବେ ଏହାର ଦାମ ହିଁ ଆପଣଙ୍କୁ ସମସ୍ୟାରେ ପକାଇପାରେ। କିନ୍ତୁ ଆପଣ ଏଥିପାଇଁ କିଛି ଦିନ ଅପେକ୍ଷା କଲେ ନିଶ୍ଚିନ୍ତ ଲାଭ ପାଇପାରିବେ କାରଣ ଚାଇନିଜ୍‌ ସ୍ମାର୍ଟଫୋନ ମେକର ହ୍ୟୁଆଇ 5G ସପୋର୍ଟ ଭଳି ଡିଭାଇସ୍‌ ନେଇ ଆସୁଛି। ସାଧାରଣତଃ 5G କନେକ୍ଟିଭିଟି ଭଳି ସ୍ମାର୍ଟଫୋନର ମୂଲ୍ୟ ୩୦୦ ଡଲାର (ପାଖାପାଖି ୨୧,୦୦୦) ରୁ ଅଧିକ। କିନ୍ତୁ ହ୍ୟୁଆଇ ଏହି ଡିଭାଇସ୍‌ର ଦାମ୍‌ ହଟାଇ ୧୫୦ ଡଲାର (ପାଖାପାଖି୧୦, ୫୦୦ଟଙ୍କା) ବା ଏହାଠାରୁ କମ କରିବ।

aa-ଅଧିକାଂଶ 5G ସ୍ମାର୍ଟଫୋନର ମୂଲ୍ୟ ୪୦୦ ଡଲାର (୨୮, ୫୦୦) ରୁ ଅଧିକ। GizChina ର ରିପୋର୍ଟରେ ହ୍ୟୁଆଇର 5G ପ୍ରଡକ୍ଟ ଲାଇନର ପ୍ରୋଜିଡେଟ ୟଙ୍ଗ ଚାୟିଙ୍ଗ ତରଫରୁ କୁହାଯାଇଛି କମ୍ପାନୀର ଏହି ପ୍ରଡକ୍ଟ ୧୫୦ ଡଲାର ଅର୍ଥାତ ୧୦, ୬୦୦ଟଙ୍କା ଠାରୁ ଶସ୍ତା ହେବ। ଏହି ସ୍ମାର୍ଟଫୋନ ଚଳିତ ବର୍ଷର ଶେଷ ମାସ ବା ୨୦୨୧ ବର୍ଷର ଆରମ୍ଭରେ ଲଞ୍ଚ କରାଯିବ।

phone-ସୂଚନା ମୁତାବକ ହ୍ୟୁଆଇ ପକ୍ଷରୁ Huawei Mate 30 5G ଏବଂ Mate 30 Pro 5G ଗତ କିଛି ପୂର୍ବରୁ ଲଞ୍ଚ କରାଯାଇଛି। ଏହି ଦୁଇ ସ୍ମାର୍ଟଫୋନକୁ ଚୀନରେ ଜବରଦସ୍ତ ପ୍ରତିକ୍ରିୟା ମିଳିଛି। କମ୍ପାନୀ ମାତ୍ର ୧ ମିନିଟ୍‌ ରେ ଏହି ସ୍ମାର୍ଟଫୋନକୁ ୧ଲକ୍ଷ ୟୁନିଟ୍‌ ସେଲ୍‌ କରିଛି। କିନ୍ତୁ ଏହି ଫୋନରେ ୟୁଏସ ଚାଇନା ଟ୍ରେଡ ଓ୍ଵାରରେ ଚାଲୁଥିବା ଫୋନରେ ଗୁଗଲ୍‌ ପ୍ଲେ ଆପ୍ସ ସପୋର୍ଟ ଦିଆଯାଇନାହିଁ। ଗୁଗଲ୍‌ ପ୍ଲେ ଷ୍ଟୋର ବଦଳରେ କମ୍ପାନୀ ୟୁଜର୍ସମାନେ ହ୍ୟୁଆଇ ଆପ୍‌ ଗ୍ୟାଲେରୀ ପାଇପାରିବେ। ଯାହାକୁ ଆକ୍ସେସ୍‌ କରିବା ପାଇଁ ୟୁଜରଙ୍କୁ ହ୍ୟୁଆଇ ଆଇଡିର ଆବଶ୍ୟକତା ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.