ଟ୍ୱିଟର ଖୁବ ଶୀଘ୍ର ୟୁଜର ମାନଙ୍କ ପାଇଁ ଆଣିବ ଫେସବୁକ ପରି ଇମୋଜୀ ଫିଚର, ଏହି ପରି କରି ପାରିବେ ବ୍ୟବହାର

ଟ୍ୱିଟର ନିଜ ପ୍ଲାଟଫର୍ମ କୁ ୟୁଜର ମାନଙ୍କ ଉପଯୋଗୀ ବା ୟୁଜର ଫ୍ରେନ୍ଡଲି କରିବା ପାଇଁ ଲଗାତାର ଭାବେ ପ୍ରୟାସ କରି ଆସୁଛି । ଖୁବ ଶୀଘ୍ର ଟ୍ୱିଟର ନିଜ ପ୍ଲାଟଫର୍ମରେ ୟୁଜର୍ସ ମାନଙ୍କ ପାଇଁ ନୂଆ ଇମୋଜୀ ଫିଚର୍ସ ଉପଲବ୍ଧ କରିବାକୁ ଯାଉଛି । ଟ୍ୱିଟରର ଏହି ଫିଚରକୁ ଆପଲର ଆଇ ମେସେଜର କପି ବି କୁହାଯାଉଛି । ଟ୍ୱିଟର ଗୁରୁବାର ଦିନ ଡାଇରେକ୍ଟ ମେସେଜିଙ୍ଗ ପାଇଁ ଇମୋଜୀ ରିଏକ୍ସନ ଜାରି କରିଥିବା ବେଳେ ଧୀରେ ଧୀରେ ଏଗୁଡିକ ଆଣ୍ଡ୍ରଏଡ଼, ଡେକ୍ସଟପ , ଓ ଆଇଫୋନ ଗୁଡିକରେ ଉପଲବ୍ଧ କରାଯିବା ନେଇ ମଧ୍ୟ ଲକ୍ଷ ରଖିଛି । ଯଦି ଆପଣ ବି ଟ୍ୱିଟର ଜରିଆରେ ଇମୋଜୀ ମେସେଜ ପଠେଇବାକୁ ଚାହୁଁଛନ୍ତି ତେବେ ମେସେଜକୁ ଯାଇ ହାର୍ଟ ଓ ପ୍ଲସ ଆଇକନ ଉପରେ କ୍ଲିକ କରନ୍ତୁ । ଏହା ପରେ 2 ଥର କ୍ଲିକ କରିବା ପରେ ସବୁ ଇମୋଜୀ ଦେଖାଦେବ ।

twitter

ଏହା ଭିତରୁ ଆପଣ ନିଜ ମନ ମୁତାବକ ଇମୋଜୀ ସହଜରେ ବାଛି ପାରିବେ । କହି ରଖିବା ଉଚିତ ହେବକି ଟ୍ୱିଟରର ନିଜ ଆଣ୍ଡ୍ରଏଡ଼ ଅପଡେଟରେ କେତେକ ଅସୁବିଧା ହେବାରୁ ଆପ ଲାଞ୍ଚ ହେବା ସହ ହିଁ କ୍ରାସ ହୋଇଯାଇଥିଲା । ବିଶେଷ କରି ଟ୍ୱିଟରର ଆଣ୍ଡ୍ରଏଡ଼ ଭର୍ଜନ 8.28ରେ କ୍ରାସ ନେଇ ଅଧିକ ଅସୁବିଧା ଉପୁଜିବ । କମ୍ପାନୀ ତରଫରୁ ଆହୁରି ମଧ୍ୟ କୁହାଯାଇଛି ନୂଆ ଭର୍ଜନ ଲଞ୍ଚ କରିବା ନେଇ ଚେଷ୍ଟା ଜାରି ରହିଛି । କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ ସତର୍କ କରାଯାଇଛି କି ଯେପର୍ଯ୍ୟନ୍ତ ନୂଆ ଅପଡେଟ ଜାରି ନହୋଇଛି ସେ ପର୍ଯ୍ୟନ୍ତ ୟୁଜର ନିଜ ନିଜ ଫୋନରେ ଏହାକୁ ଅପଡେଟ ନକରିବା ଉଚିତ ।

Leave A Reply

Your email address will not be published.