ଦ୍ୱିତୀୟ ଟି-୨୦ରେ ୭ ଓ୍ଵିକେଟ୍‌ରେ ଜିତିଲା ଭାରତ, ନ୍ୟୁଜିଲାଣ୍ଡ ଠାରୁ ସିରିଜ୍‌ରେ ୨-୦ରେ ଆଗୁଆ

ଅକ୍‌ଲାଣ୍ଡ : ଲାଗୁଥିଲା ପ୍ରଥମ ମ୍ୟାଚ୍‌ ହାରିବା ପରେ ଘରୋଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ଅନ୍ତତଃ ଭଲ ଖେଳିବ । ହେଲେ ପ୍ରଥମେ ବ୍ୟାଟିଂ କରି ଭାରତକୁ ଯେଉଁ ଟାର୍ଗେଟ୍‌ ଦେଲା ତାହା ଯଥେଷ୍ଟ ହେଲା ନାହିଁ । ୧୩୩ ରନ୍‌ର ବିଜୟଲକ୍ଷ୍ୟକୁ ଭାରତ ୧୮ ଓଭର ଭିତରେ ହାସଲ କରିନେଲା ମାତ୍ର ୩ଟି ଓ୍ଵିକେଟ୍‌ ହରାଇ । ଏହି ମ୍ୟାଚ୍‌ ଜିତି ବିରାଟ ବାହିନୀ ଏବେ ୫ ମ୍ୟାଚ୍‌ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୫ ଓ୍ଵିକେଟ୍‌ରେ ୧୩୨ ରନ୍‌ ସ୍କୋର କରିଥିଲା । ଜବାବରେ ଫୁଲ୍‌ ଫର୍ମରେ ଥିବା କେ.ଏଲ୍‌ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଶ୍ରେୟସ ଆୟରଙ୍କ ୪୪ ବଳରେ ଭାରତୀୟ ଦଳ ୧୭.୩ ଓଭର୍‌ରେ ଟାର୍ଗେଟ୍‌ରେ ପହଞ୍ଚି ଯାଇଥିଲା । ରୋହିତ ଶର୍ମା ମାତ୍ର ୮ ଏବଂ ଅଧିନାୟକ ବିରାଟ କୋହଲି ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ରାହୁଲ ଓ ଆୟର ତୃତୀୟ ଓ୍ଵିକେଟ୍‌ ୮୬ ରନ୍‌ ଯୋଡ଼ିଥିଲେ । ଆୟର ୩୩ ବଲ୍‌ରେ ୪୪ ରନ୍‌ (୧ ଚୌକା ଓ ୩ ଛକା) କରି ଆଉଟ୍‌ ହୋଇଥିଲେ । ରାହୁଲ ୫୦ ବଲ୍‌ର ସାମନା କରି ଅପରାଜିତ ୫୭ ରନ୍‌ କରିଥିଲେ । ଏଥିରେ ଥିଲା ୩ଟି ଚୌକା ଓ ୨ଟି ଛକା । ଶୁଭମ ଦୁବେ ତାଙ୍କ ସହ ୮ ରନ୍‌ କରି ଅପରାଜିତ ଥିଲେ । ନ୍ୟୁଜିଲାଣ୍ଡ ତରଫରୁ ସାଉଦି ୨ଟି ଓ୍ଵିକେଟ୍‌ ନେିଛନ୍ତି ।
ସିରିଜ୍‌ର ତୃତୀୟ ମ୍ୟାଚ୍‌ ୨୯ ତାରିଖ ଦିନ ହାମିଲଟନ୍‌ ଠାରେ ଖେଳାଯିବ ।

ସ୍କୋର-ନ୍ୟୁଜିଲାଣ୍ଡ : ୧୩୨/୫ । ଭାରତ : ୧୩୫/୩।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.