ଏଣିକି ହୃଦସ୍ପନ୍ଦନରୁ ଜାଣିହେବ କିଏ ଶତ୍ରୁ ଦେଶର ଗୁପ୍ତଚର, ଆବିଷ୍କାର ହେଲା ଏକ ନୂଆ ସଫ୍ଟୱେୟାର

ସାଧାରଣତଃ ପ୍ରତି ଦେଶ ନିଜ ସୁରକ୍ଷା ନେଇ ଶତ୍ରୁ ଦେଶ ମାନଙ୍କୁ ଯାସୁସ ବା ଗୁପ୍ତଚର ପଠାଇଥାନ୍ତି । ସେମାନେ ସାଧାରଣ ଲୋକଙ୍କ ସହ ଏମିତି ମିଶିଯାନ୍ତି ଯେ ତାଙ୍କ ବିଷୟରେ ସହଜରେ ଜଣାପଡ଼ିନଥାଏ । କେବେ କେବେ ତ ସେମାନେ ଏଜେନ୍ସି ମାନଙ୍କ ହାତରେ ଧରାପଡିଯାନ୍ତି । ଧରା ପଡିବା ପରେ ତାଙ୍କୁ ଫାଶୀ ଦିଆଯାଇଥାଏ । କିନ୍ତୁ କେବେ କେବେ ଖସିଯାନ୍ତି । ଶତ୍ରୁ ପକ୍ଷର ଯାସୁସ ମାନେ ସୂଚନା ନେଇ ନିଜ ଦେଶକୁ ଯାଇଥାନ୍ତି । ଯାହା ନିଜ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ କରିଥାନ୍ତି । କିନ୍ତୁ ପଶ୍ଚିମ ଦେଶରେ ଏନିକଟରେ ଏମିତି ଏକ ଆପର ଉଦ୍ଭାବନ କରାଯାଇଛି ଯାହାର ବ୍ୟବହାରରେ ଶତ୍ରୁ ପକ୍ଷର ଯାସୁସ ମାନଙ୍କ ପରିଚୟ ସହଜରେ ମିଳିଯାଇପାରିବ । ଏହି ସଫ୍ଟ ୱେୟରଟି କୌଣସି ସନ୍ଦିଗ୍ଧ ବ୍ୟକ୍ତିର ଚାଲିଚଳନରୁ ହିଁ ତାହା ବିଷୟରେ ପତା
ଲଗାଇପାରିବ । ‘ଆମେରିକା ସ୍ପେଶାଲ ଅପରେସନ କମାଣ୍ଡ’ ଏକ ନୂଆ ସିଷ୍ଟମର ବ୍ୟବହାର କରିବା ଆରମ୍ଭ କରିଛନ୍ତି ଯାହା ସାହାଯ୍ୟରେ ୨୦୦ ମିଟର ଦୂରତାରୁ ବି କୌଣସି ବ୍ୟକ୍ତିଙ୍କ ହୃଦ ସ୍ପନ୍ଦନକୁ ପରଖି ପାରିବ ।

 

heart

ସହଜରେ ଜାଣି ପାରିବ ସେ ଜଣେ ଗୁପ୍ତଚର କି ନୁହେଁ । ପ୍ରକୃତରେ ଆମେରିକାର ପ୍ରତିରକ୍ଷା ବିଭାଗ ତରଫରୁ ଏହି ନଉଁଣା ସଫ୍ଟୱେୟରକୁ ବିକଶିତ କରାଯାଇଛି । ଦେଶର ସଫ୍ଟୱେୟାର ନିର୍ମାଣ କାରି କମ୍ପାନୀ ଆଇଡିଆଲ ଇନୋଭେସନକୁ ହାର୍ଟ ପ୍ରିଣ୍ଟ ନାମରେ ନାମିତ କରିଛି । ଏହା ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ କପଡା ଜରିଆରେ କରି ହୃଦ ସ୍ପନ୍ଦନକୁ ସହଜରେ ଗଣି ଦେଇପାରିବ । ସେମାନଙ୍କ ଛୋଟ ରୁ ଛୋଟ ଘଟଣାର ପତ୍ତା ଲଗାଇପାରିବ । ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତି ଦୌଡ଼ୁଛନ୍ତି ବା ଗାଡ଼ିରେ ଯାଉଛନ୍ତି ତେବେ ହାର୍ଟ ପ୍ରିଣ୍ଟକୁ ତା ବିଷୟରେ ଖବର ସଂଗ୍ରହ କରିବା ଖୁବ କଷ୍ଟ ହେବ । କିନ୍ତୁ ଶାନ୍ତ ଭାବେ ଛିଡା ହୋଇଥିବା ବେଳେ ଖବର ସଂଗ୍ରହ କରିବା ଅଧିକ ସହଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.