ଦେଖନ୍ତୁ Video: ୯ ତାଲାରୁ ତଳକୁ ଖସିପଡ଼ିଲେ ମହିଳା, ପୁଣି ଛିଡ଼ା ହୋଇ ଚାଲିଲେ

ଜଣେ ମହିଳା ୯ ତାଲାରୁ ଖସିପଡ଼ିବା ପରେ ବି ତାଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚିନି। ତଳେ ପଡ଼ିଯିବା ପରେ ସେ ପୁଣିଥରେ ଉଠି ଆରାମରେ ଚାଲି ପଳାଉଛନ୍ତି। ଏହା ଶୁଣିଲେ ଆପଣଙ୍କୁ ଆଶ୍ଚଯ୍ୟର୍ ଲାଗୁଥିବ ନିଶ୍ଚୟ, କିନ୍ତୁ ଘଟଣାଟି ସତ। ଏହି ପୂରା ଘଟଣା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଇଣ୍ଟରନେଟ୍‌ରେ ଘଟଣାର ୩୨ ସେକେଣ୍ଡର ଏକ ଭିଡିଓ କ୍ଲିପ୍‌ ଭାଇରଲ ହୋଇଯାଇଛି।

ରିପୋର୍ଟ ମୁତାବକ, ଘଟଣା ଘଟିଛି ରୁଷ୍‌ର ପଶ୍ଚିମ ସାଇବେରିଆ ଅଞ୍ଚଳର ଏକ ସହରରେ। ଏଠାରେ ୨୨ ଜାନୁୟାରୀରେ ଜଣେ ମହିଳା ଏକ ଅଟ୍ଟାଳିକାର ୯ ତାଲାରୁ ତଳକୁ ଖସିପଡ଼ିଥିଲେ। କିନ୍ତୁ ଚଟାଣରେ ବରଫ ଥିବା କାରଣରୁ ତାଙ୍କୁ ଗୁରୁତର ଆଘାତ ଲାଗି ନ ଥିଲା।

ଟୁଇଟର ୟୁଜର @lentaruofficial ଏହି ଘଟଣାର ଭିଡିଓକୁ ୨୪ ଜାନୁୟାରୀରେ ଶେୟାର କରିଥିଲେ। ଏ ପଯ୍ୟର୍ନ୍ତ ଏହାକୁ ୧୯ ହଜାରରୁ ଅଧିକ ଭ୍ୟୁ ଏବଂ ୪୦୦ରୁ ଅଧିକ ଲାଇକ୍‌ ମିଳିସାରିଲାଣି।

photo courtesy: URD NEWS

232

ରିପୋର୍ଟ ମୁତାବକ, ଅଟ୍ଟାଳିକାରୁ ତଳକୁ ଖସିପଡ଼ିବା ପରେ ମହିଳା ଜଣକ ଉଠି କିଛି ଦୂର ଚାଲିକି ଯାଇଥିଲେ ଏବଂ ପଡ଼ୋଶୀଙ୍କୁ ଆମ୍ବୁଲାନ୍ସ ଡକାଇବାକୁ କହିଥିଲେ। ଡାକ୍ତର କହିଥିଲେ, ତାଙ୍କୁ ଭିତରୁ ଆଘାତ ଲାଗିଛି। ଏତେ ଉଚ୍ଚରୁ ପଡ଼ିବା ପରେ ବି ତାଙ୍କ ଶରୀରର ଗୋଟିଏ ବି ହାଡ଼ ଭାଙ୍ଗିନାହିଁ।

ପୋଲିସ ଏବେ ଘଟଣାର ତଦନ୍ତ କରୁଛି। କୁହାଯାଉଛି, ମହିଳା ଜଣକ ଯେତେବେଳେ ତଳକୁ ଖସିପଡ଼ିଥିଲେ, ସେତେବେଳେ ସେ ଘରେ ଏକୁଟିଆ ଥିଲେ। ତେବେ ସେ ଖସିପଡ଼ିବାର କାରଣ ଏ ପଯ୍ୟର୍ନ୍ତ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.