ସମ୍ବଲପୁର (କେନ୍ୟୁଜ୍) : ପୋଲିସକୁ ବଡ଼ ସଫଳତା । ତିନି ଜଣ ଦୁର୍ଦ୍ଦାନ୍ତ ଡକାୟତକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ । ଗିରଫ ଡକାୟତମାନେ ହେଲେ ଝାରସୁଗୁଡ଼ାର ବାସୁଦେବ ବିଶ୍ୱାଳ, ବରଗଡ଼ର ରାକେଶ ବେହେରା ଓ ଉତ୍ତରପ୍ରଦେଶ ଗଜିପୁଅ ଜିଲ୍ଲାର ଗଙ୍ଗା ସାଗର ରାୟ । ଏମାନଙ୍କଠାରୁ ତିନିଟି ଦେଶୀ ବନ୍ଧୁକ, ୧୨ଟି ୮ଏମଏମ୍ ଗୁଳି, ଏକ ଲକ୍ଷ ୭୫ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଜବତ ହୋଇଛି । ଗତ ତିନି ତାରିଖରେ ସମ୍ବଲପୁର ଜମନକିରା ଆନ୍ଧ୍ର ବ୍ୟାଙ୍କରେ ହୋଇଥିବା ଡକାୟତିରେ ଏମାନେ ସଂପୃକ୍ତ ଥିଲେ ।
Prev Post