ଏବେ ଏହି ଆପ କହିବ କାହିଁକି କାନ୍ଦୁଛି ଆପଣଙ୍କ ପିଲା, ଦେବ ସଠିକ କାରଣ

ରିସର୍ଚ୍ଚର୍ସ ଟିମ ନିକଟରେ ଏକ ନୂଆ ଆପ ଡେଭଲପ କରିଛନ୍ତି ଯାହାକି ଆପଣଙ୍କ ପିଲାର କାନ୍ଦିବା ଶବ୍ଦ ଶୁଣିବା ମାତ୍ରେ ତାର ସମାଧାନ କରିପାରିବ । ଆପଣଙ୍କ ପିଲା କାହିଁକି କାନ୍ଦୁଛି ତାର ଅର୍ଥକୁ ଏହି ସ୍ମାର୍ଟଫୋନ ଆପ ଡିକୋଡ଼ କରିପାରେ । ନ୍ୟାସନାଲ ତାଇୱାନ ୟୁନିଭର୍ସିଟି ହସ୍ପିଟାଲ ୟୁନଲିନ ଦ୍ୱାରା ପ୍ରସ୍ତୁତ କରଯାଇଥିବା ଏହି ଆପର ନାମ ହେଉଛି ‘The Infant Cries TranslatorÂ’ (ପିଲାର କାନ୍ଦକୁ ଅନୁବାଦ କରିବା) । ଏହି ଆପ ପିଲାର କାନ୍ଦକୁ ଭିନ୍ନ ଭିନ୍ନ ଭାବେ ଅନୁବାଦ କରିପାରେ ବୋଲି ଦାବି କରାଯାଇଛି ।

Image result for baby cry

ଏଠାରେ ପିଲାର କାନ୍ଦ ଶବ୍ଦକୁ ଏକ ବଡ଼ ଡାଟାବେସ ସହିତ ମ୍ୟାଚ କରାଯାଇଥାଏ ଆଉ ତାପରେ ଏହାର ଫଳାଫଳ ଆଧାରରେ କୁହାଯାଇଥାଏ ଯେ ସେ କାହିଁକି କାନ୍ଦୁଛି । ତେବେ ପିଲାଟି କାନ୍ଦିବା ମାତ୍ରେ ଏହି ଆପର ରେକର୍ଡିଙ୍ଗ ବଟନକୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଦବାଇ ରଖନ୍ତୁ । ତାପରେ ଏହି ସାଉଣ୍ଡ କ୍ଲାଉଡ଼ ଡ୍ରାଇଭରେ ଅପଲୋଡ଼ ହୋଇଯିବ ଏବଂ ଅନେକ ପ୍ରକାର ପ୍ରକ୍ରିୟା ଦେଇ ଆସିବା ପରେ ଏହି ଆପ ୧୫ ସେକେଣ୍ଡରେ ଚେକ କରିଥାଏ ଯେ ଏହାର ଉତ୍ତର କଣ ଆସିଛି । ଆଉ ତାପରେ ସେ ଏହାକୁ ୟୁଜରର ମୋବାଇଲ ଫୋନକୁ ପଠାଇ ଦେଇଥାଏ ।

Image result for baby cry

ଏହି ଆପକୁ ପ୍ରସ୍ତୁତ କରିବା ପାଇଁ ରିସର୍ଚ୍ଚର୍ସମାନେ ୧୦୦ଟି ନବଜାତ ଶିଶୁଙ୍କ କାନ୍ଦିବାର ୨ ଲକ୍ଷ ରେକର୍ଡିଙ୍ଗ ଏକତ୍ରିତ କରିଥିଲେ । ଏକ ରିପୋର୍ଟ ମୁତାବକ ଏହି ଟ୍ରାନ୍ସଲେଟର ପିଲାଙ୍କ କାନ୍ଦର ୪ ପ୍ରକାର ଭିନ୍ନ ଭିନ୍ନ ସାଉଣ୍ଡକୁ ଜାଣିପାରିଥାଏ । ଏହି ଆପ କହିପାରେ ଯେ ଆପଣଙ୍କ ପିଲା ଭୋକ, ନିଦ, ଯନ୍ତ୍ରଣା କିମ୍ବା ଡାଇପର ଓଦା ହେବାରୁ କାନ୍ଦୁଛି । ତେବେ ଡେଭଲପର୍ସ ମାନେ ଦାବି କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଫିଡବ୍ୟାକ ଅନୁଯାୟୀ ଦୁଇ ସପ୍ତାହରୁ କମ ବୟସର ପିଲାମାନଙ୍କ କ୍ଷେତ୍ରରେ ଏହି ଆପ ୯୨ ପ୍ରତିଶତ କାମ କରିଥାଏ । ପିଲା ଯେତେ ଯେତେ ବଡ଼ ହୋଇଥାଏ ଏହି ଆପ ସେତେ ନିଜର ସଠିକତା କମ କରିଥାଏ । ରିସର୍ଚ୍ଚର୍ସଙ୍କ କହିବା ଅନୁଯାୟୀ ଏହି ଆପ ୬ ମାସରୁ କମ ବୟସର ଶିଶୁଙ୍କ ପାଇଁ ଠିକ କାମ କରିଥାଏ ।

Leave A Reply

Your email address will not be published.