ମାତ୍ର ୧ଟଙ୍କା ନେଇ ରୋଗୀଙ୍କ ଚିକିତ୍ସା କରନ୍ତି ଡାକ୍ତର ସୁଶୋଭନ ବାନାର୍ଜୀ

ମାତ୍ର ୧ଟଙ୍କାରେ ଗରିବଙ୍କ ଚିକିତ୍ସା କରିବାକୁ ନେଇ ପଶ୍ଚିମ ବଙ୍ଗଳାର ବୋଲପୁର ନିବାସୀଙ୍କ ମଧ୍ୟରେ ‘ଏକ ଟଙ୍କିଆ ଡାକ୍ତର’ ନାମରେ ଚର୍ଚ୍ଚିତ ଡା. ସୁଶୋଭନ ବାନାର୍ଜିଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ନାଁ ଚୟନ କରାଯିବା ପରେ ଏହାର ଶ୍ରେୟ ଡା. ସୁଶୋଭନ ବାନାର୍ଜୀ ସେହି ଲୋକଙ୍କୁ ଯାହାଙ୍କ ପାଇଁ ସେ ନିଜର ଜୀବନ ସମର୍ପିତ କରିଛନ୍ତି।

docterଡା. ବାନାର୍ଜୀ ଚଳିତ ବର୍ଷ ପଶ୍ଚିମ ବଙ୍ଗଳାରୁ ପଦ୍ମଶ୍ରୀ ସମ୍ମାନ ପାଇଁ ଚୟନ କରାଯାଇଥିବା ଚାରି ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ। ଏହି ପୁରସ୍କାର ପାଇଥିବାରୁ ଡା. ବାନାର୍ଜୀ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି। ଏହାବ୍ୟତୀତ ଡା. ବାନାର୍ଜୀ କହିଛନ୍ତି ଦୀର୍ଘ ୫୭ ବର୍ଷ ଧରି ମୁଁ ବ୍ୟକ୍ତିମାନଙ୍କ ଚିକିତ୍ସା କରୁଛି। ଏହି ପଦ୍ମଶ୍ରୀ କେବଳ ସେହି ଲୋକମାନଙ୍କ ପାଇଁ ସମ୍ଭବ ହୋଇପାରିଛି। ମୁଁ ଏହି ପୁରସ୍କାର ସେହି ଲୋକଙ୍କୁ ସମର୍ପିତ କରୁଛି।
ବୀରଭୂମ ଜିଲ୍ଲାର ବୋଲପୁର ବିଧାନସଭା କ୍ଷେତ୍ରର ପୂର୍ବ କଂଗ୍ରେସ ବିଧାୟକଙ୍କ କହିବାନୁଯାୟୀ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଫୋନ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପ୍ରଣବ ମୁଖାର୍ଜୀ ମତେ ନିଜର ସାନ ଭାଇ ମାନିଥାନ୍ତି। ଗତ ଶନିବାର ଦିନ ମତେ ଫୋନ କରି ଏହି ଶୁଭେଚ୍ଛା ଜଣାଇଥିଲେ।

docter-ପୂର୍ବ ବିଧାୟକଙ୍କ କହିଛନ୍ତି ପ୍ରଥମେ ସେ ଏହି ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ତାଙ୍କ ନାଁ ଚୟନ କରାଯାଇଛି। ସେ କହିିଛନ୍ତି ମୁଁ କଂଗ୍ରେସ ବିଧାୟକ ଥିଲି। ମୋ ପାଇଁ ଏହା ଆଶ୍ଚର୍ଯ୍ୟକର କଥା କି କେନ୍ଦ୍ରର ଭାଜପା ସରକାର ସରକାର ମତେ ଏହି ପୁରସ୍କାର ପାଇଁ ମନୋନୀତ କରିଥିବାରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି।

ଡା. ବାନାର୍ଜୀଙ୍କ ବ୍ୟତୀତ ପଶ୍ଚିମ ବଙ୍ଗଳାର ଅନ୍ୟ ୩ଜଣ ବ୍ୟକ୍ତି ଡା. ଅରୁଣୋଦୟ ମଣ୍ଡଳ, କାଜି ମାସୁମ ଏବଂ ମଣିଲାଲ ନାଗଙ୍କୁ ମଧ୍ୟ ଚୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.