Below header

ଆର୍ସଲର ମିତ୍ତଲ ହାତକୁ ଯାଇପାରେ ପାରାଦୀପର ଓଡ଼ିଶା ସ୍ଲରୀ ପାଇପଲାଇନ୍‌ ଲିମିଡେଟ୍‌ ବା OSPIL, ଋଣଦାତାମାନେ ବି ଏହା ଚାହୁଁଛନ୍ତି

କେନ୍ୟୁଜ୍(ବ୍ୟୁରୋ): ଏସାର ପରେ ଆର୍ସଲର ମିତ୍ତଲ ହାତକୁ ଯାଇପାରେ ପାରାଦୀପରେ ଥିବା ଓଡ଼ିଶା ସ୍ଲରୀ ପାଇପଲାଇନ୍‌ ଲିମିଡେଟ୍‌ ବା OSPIL । ଏନେଇ ଆଶା ଉଜ୍ଜ୍ୱଳ ହୋଇଛି । ଋଣଦାତାମାନେ ଚାହୁଁଛନ୍ତି ଆର୍ସେଲର ମିତ୍ତଲକୁ ଯାଉ OSPILର ମାଲିକାନା ସ୍ୱତ୍ୱ । OSPILକୁ ୨୨ଶହ କୋଟି ଟଙ୍କାରେ କିଣିପାରେ ଆର୍ସେଲର-ମିତ୍ତଲ । ତ୍ରିବେଣୀ ଆର୍ଥ ମୁଭର୍ସର ନିଲାମକୁ ଅସ୍ୱୀକାର କରିଛନ୍ତି ଋଣଦାତା । ଏହାପରେ ଆର୍ସେଲର ମିତ୍ତଲ କିଣିବା ନେଇ ରାସ୍ତା ଏକପ୍ରକାର ପରିସ୍କାର ହୋଇଛି ।

mittalତ୍ରିବେଣୀ ଆର୍ଥ ମୁଭର୍ସ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ୪ ହଜାର କୋଟି ଦେବ ବୋଲି କହିଥିଲା । ନଗଦ ୮ କୋଟି ଓ ପରେ କିସ୍ତିରେ ବାକି ଟଙ୍କା ଦେବାକୁ କହିଥିଲା ତ୍ରିବେଣୀ ଆର୍ଥ ମୁଭର୍ସ । ତେବେ ଋଣଦାତା ତ୍ରିବେଣୀର ପ୍ରସ୍ତାବକୁ ଖାରଜ କରିବା ସହ ଆର୍ସେଲର ମିତ୍ତଲ ପ୍ରତି ଇଚ୍ଛା ଦେଖାଇଛନ୍ତି । ଏହା ବିରୋଧରେ ନ୍ୟାସନାଲ୍‌ ଲ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଛି ତ୍ରିବେଣୀ ଆର୍ଥ ମୁଭର୍ସ । ପାରାଦୀପରେ OSPIL ୨୫୩ କିଲୋମିଟର ପାଇପଲାଇନ୍‌ ଏସାର ପେଲେଟ୍‌ ପ୍ଲାଣ୍ଟକୁ ଡାବୁଣା ମାଇନ୍ସରୁ ଆଇରନ୍‌ ଓର୍‌ ଯୋଗାଇ ଆସୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.