Below header

ଏଭଳି ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ତୈମୁର ଅଲ୍ଲୀ ଖାନ୍‌, ଦେଖନ୍ତୁ ଭାଇରାଲ ଫଟୋ

ଜାନୁଆରୀ ୨୬ ତାରିଖରେ ସାରା ଦେଶରେ ପାଳିତ ହୋଇଯାଇଛି ୭୧ ତମ ସାଧାରଣତନ୍ତ୍ର ଦିବସ। ଏ ଅବସରରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ପତାକା ଧରି ଭାରତମାତାଙ୍କୁ ସମ୍ମାନ ଜଣାଇଥିଲେ। ବଲିଉଡ୍‌ର ଅନେକ ସେଲିବ୍ରିଟି ମଧ୍ୟ ଏ ଅବସରରେ ଫ୍ୟାନ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ଏଥରକ କରୀନା ଓ ସୈଫ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି। ତୈମୁରଙ୍କ ଦେଶ ପ୍ରେମର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

#taimuralikhan #happyrepublicday 🇮🇳 #viralbhayani @viralbhayani

A post shared by Viral Bhayani (@viralbhayani) on

ତୈମୁର ଅଲ୍ଲୀ ଖାନ୍‌ ନିଜ ଘରେ ହିଁ ପତାକା ଉତ୍ତୋଳନ କରିଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

 

taimur

ଏ ଅବସରରେ ତୈମୁର କୁର୍ତ୍ତା ପଞ୍ଜାବୀ ପିନ୍ଧିଛନ୍ତି। ଏହି ଟ୍ରାଡିସ୍‌ନାଲ ଗେଟ୍‌ଅପ୍‌ରେ ତୈମୁର ଖୁବ୍‌ କ୍ୟୁଟ୍‌ ଦିଶୁଛନ୍ତି। ଏହା ସହ ସେ ହାତରେ ଏକ ଛୋଟ ତ୍ରିରଙ୍ଗା ବି ଧରିଛନ୍ତି।

 

View this post on Instagram

 

#taimuralikhan today at #flaghosting #viralbhayani @viralbhayani

A post shared by Viral Bhayani (@viralbhayani) on

ସୋସିଆଲ ମିଡିଆରେ ତୈମୁରଙ୍କ ଫ୍ୟାନଙ୍କୁ ଏହି ଫଟୋ ଖୁବ୍‌ ପସନ୍ଦ ଆସିଛି। ତୈମୁରଙ୍କ ଏଭଳି ଛୋଟ ବେଳୁ ଦେଶ ପ୍ରେମକୁ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି। ତୈମୁରଙ୍କ ପାଖରେ କେତେକ ଛୋଟ ପିଲା ଠିଆ ହୋଇଥିବା ନଜର ଆସିଛି। ପତାକା ଉତ୍ତୋଳନ କରିସାରିବା ପରେ ତୈମୁର କାଖ ହୋଇ ତ୍ରିରଙ୍ଗାକୁ ଧରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.