କଟକ : ସ୍କୁଲରେ ବାଲି ବୋହିଲେ କୁନି କୁନି ଛାତ୍ର, ଭିଡିଓ ଭାଇରାଲ ପରେ ଏମିତି ଉତ୍ତର ରଖିଲେ ଶିକ୍ଷକ

କଟକ (କେ ନ୍ୟୁଜ୍‌) : ସ୍କୁଲ କାମ ପାଇଁ ବାଲି ବୋହିଲେ କୁନି କୁନି ସ୍କୁଲ ପିଲା । ତାହା ପୁଣି ଶିକ୍ଷକଙ୍କ ତତ୍ତ୍ୱାବଧାନରେ । ଘଟଣା ହେଉଛି କଟକ ଜିଲ୍ଲା ପ୍ରତାପ ନଗରୀ ଅନ୍ତର୍ଗତ ଗୋପବନ୍ଧୁ ଇଂଲିଶ୍‌ ମିଡିୟମ ସ୍କୁଲର । ଜଳ ସମ୍ବଳ ବିଭାଗ ଅଧୀନରେ ଥିବା ଏହି ସ୍କୁଲର ଛୋଟ ଛୋଟ ପିଲାମାନେ ଲୁହ କଡ଼େଇରେ ବାଲି ଭର୍ତ୍ତି କରି ତାକୁ ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି ।

STUDENT-2ଏ ଦୃଶ୍ୟକୁ ଦେଖିବା ପରେ ଆମେ ସଂପୃକ୍ତ ସ୍କୁଲର ଶିକ୍ଷକଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କର ଉତ୍ତର ଥିଲା, ସରସ୍ୱତୀ ପୂଜା ପାଇଁ ସ୍କୁଲ ରାସ୍ତା ମରାମତି କରାଯାଉଥିଲା । ଏହା ପିଲାଙ୍କ ପୂଜା ତେଣୁ ସେମାନେ ବାଲି ପକା କାମ କରିଥିଲେ । ତେବେ ଆଇନ୍‌ ବାହାରକୁ ଯାଇ ଏତେ କମ୍‌ ବୟସର ପିଲାଙ୍କୁ ଶିକ୍ଷକ ନିଜେ କାମରେ ଲଗାଇବା ଘଟଣାକୁ ସବୁ ମହଲରେ ସମାଲୋଚନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.